fbpx

ଆନ୍ଧ୍ର ପ୍ରଦେଶ: କେନାଲକୁ ଖସିଲା ବସ୍, ୯ ମୃତ

ବୁଧବାର ଆନ୍ଧ୍ର ପ୍ରଦେଶରେ ଜଙ୍ଗାରେଡ୍ଡୀଗୁଡେମ ଠାରେ ଘଟିଛି ବଡ଼ ଧରଣର ବସ୍ ଦୁର୍ଘଟଣା । ପଶ୍ଚିମ ଗୋଦାବରୀ ଜିଲ୍ଲା ଜଙ୍ଗାରେଡ୍ଡୀଗୁଡେମ ଠାରେ କେନାଲକୁ ଖସିଲା ବସ୍ । କେନାଲକୁ ବସ୍ ଖସିବା ଯୋଗୁଁ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୨ ଗୁରୁତର ଅଛନ୍ତି ଏବଂ ୧୬ ନିଖୋଜ ଅଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ବସ୍ ରେ ୪୭ ଯାତ୍ରୀ ଥିଲେ । ମୃତକଙ୍କ ମଧ୍ୟରେ ଡ୍ରାଇଭର ମଧ୍ୟ ଅଛନ୍ତି । ବସଟି ଅଶ୍ୱାରାଓପେଟାରୁ ଜଙ୍ଗାରେଡ୍ଡୀଗୁଡେମ ଅଭିମୁଖେ ଯାଉଥିବା ସମୟରେ ଘଟିଛି ଏହି ଦୁର୍ଘଟଣା । ସେପଟେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଜିଲ୍ଲା ଅଧିକାରୀଙ୍କୁ ତୁରନ୍ତ ଜରୁରୀ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.