fbpx

ସାଢ଼େ ୫ରୁ ଖୋଲିବ ଶ୍ରୀମନ୍ଦିର, ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ରହିବ ବନ୍ଦ

ପୁରୀ: ଶ୍ରୀମନ୍ଦିର ପାଇଁ ସାନି ଗାଇଡଲାଇନ ଜାରି କଲା ମନ୍ଦିର ପ୍ରଶାସନ । ଆସନ୍ତାକାଲି ଠାରୁ ସକାଳ ସାଢ଼େ ୫ଟାରୁ ରାତି ସାଢ଼େ ୯ଟା ଯାଏ ଶ୍ରୀମନ୍ଦିର ଖୋଲା । ଅଧିକ ଭିଡ଼ ଆଶଙ୍କାରେ ଡିସେମ୍ବର ୩୧ ଓ ଜାନୁଆରୀ ୧ ରେ ଶ୍ରୀମନ୍ଦିର ବନ୍ଦ ରହିବ । ପୂର୍ବ ନିଷ୍ପତି ଅନୁଯାୟୀ ପ୍ରତି ରବିବାର ସାଧାରଣ ଲୋକଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ।

ସଂପ୍ରତି କରୋନା ମହାମାରୀ ଯୋଗୁଁ ସରକାର ବିଭିନ୍ନ ଧାର୍ମିକ ସ୍ଥଳରେ ପର୍ବପର୍ବାଣୀରେ ହେଉଥିବା ଭିଡ଼କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତ ନେଉଛନ୍ତି । ଯେପରିକି ସଂକ୍ରମଣ ନହୋଇପାରିବ ।

Get real time updates directly on you device, subscribe now.