fbpx

ବିଶ୍ୱରେ ୭୭ଟି ରାଷ୍ଟ୍ରକୁ ସଂକ୍ରମିତ କଲାଣି ଓମିକ୍ରନ୍: ଆଫ୍ରିକାରେ ୮୩ ପ୍ରତିଶତ ବଢିଛି ମାମଲା

ନୂଆଦିଲ୍ଲୀ: ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍ । କରୋନାର ଏହି ନୂତନ ଭାରିଆଣ୍ଟ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ଦେଶକୁ ସଂକ୍ରମିତ କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୭୭ଟି ରାଷ୍ଟ୍ର ଏହି ଭାଇରସ ସଂକ୍ରମଣର ଶିକାର ହୋଇଥିବା ବେଳେ ଆଫ୍ରିକାରେ ସଂକ୍ରମଣ ଚିନ୍ତା ବଢାଇଛି । ଆଫ୍ରିକାରେ ସଂକ୍ରମଣ ମାମଲା ପ୍ରାୟ ୮୩ ପ୍ରତିଶତ ବଢିଛି । ଆସନ୍ତା ଜାନୁୟାରୀ ମଧ୍ୟଭାଗ ସୁଦ୍ଧା ଏହି ଭାଇରସ ଆହୁରି ପ୍ରଭାବୀ ହେବା ସହିତ ୟୁରୋପରେ ସଂକ୍ରମଣ ବୃଦ୍ଧି କରିବ ବୋଲି ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭାନ ଡେର କହିଛନ୍ତି ।

ଅନ୍ୟ ପକ୍ଷରେ ଏହି ଭାରିଆଣ୍ଟ ବର୍ତ୍ତମାନ କରୋନାର ଉତ୍ପତି ସ୍ଥଳ ଚୀନରେ ମଧ୍ୟ ଦେଖିବାକୁ ମିଳିଛି । ବିଗତ ଏକ ସପ୍ତାହ ମଧ୍ୟରେ ଆଫ୍ରିକାରେ କରୋନା ସଂକ୍ରମଣ ସଂଖ୍ୟା ୮୩ ପ୍ରତିଶତ ବଢିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି । ଡେଲଟା ଭାଇରସ ପରି ଏହା ଏତେଟା ଭୟାନକ ନଥିଲେ ହେଁ ଏହାର ସଂକ୍ରମିତ କରିବା କ୍ଷମତା ଡେଲଟା ଠାରୁ ବେଶ ଅଧିକ ବୋଲି ହୁ ପକ୍ଷରୁ ପ୍ରକାଶ ପାଇଛି । ଏହି ଭାରିଆଣ୍ଟ ଉପରେ ଅଧିକ ରିସର୍ଚ୍ଚ ଜାରି ରହିଥିବା ବେଳେ ବୁଷ୍ଟର ଡୋଜ ଦିଆଯିବ କି ନାହିଁ ତା ଉପରେ ଅଧ୍ୟୟନ ଜାରି ରହିଥିବା କୁହାଯାଉଛି । ଅନ୍ୟ ପକ୍ଷରେ ଟିକା ନିର୍ମାଣକାରୀ କମ୍ପାନୀ ଫାଇଜର ପକ୍ଷରୁ ଏହାର ଔଷଧ ବାହାରିଥିବା ନେଇ ଦାବି କରାଯାଉଛି । ଫାଇଜର ପକ୍ଷରୁ ପ୍ରସ୍ତୁତ ବଟିକା ଓମିକ୍ରନ ଭାରିଆଣ୍ଟକୁ ପ୍ରତିହତ କରିବାରେ ସକ୍ଷମ ବୋଲି କମ୍ପାନୀ ଦାବି କରିଛି ।

Get real time updates directly on you device, subscribe now.