କୋରାପୁଟ (ଓଡ଼ିଶା ଭାସ୍କର): ମଣିଷଙ୍କ ଭଳି ନିଜ ହାତରେ ମନ୍ଦିର ଘଣ୍ଟି ବଜାଉଛି ଭାଲୁ । ସାମ୍ନାକୁ ଆସିଲା ଏମିତି କିଛି ଦୃଶ୍ୟ । ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆଜ୍ଞା ହଁ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଅନ୍ଧାରରେ ରାତିରେ ଗାଁ ଭିତରେ ପଶି ଆସିଥିଲେ ୨ ଭାଲୁ । ଆଉ ସିଧା ମନ୍ଦିର ଭିତରକୁ ଯାଇଥିଲେ। ଆଖ ପାଖରେ କେହି ନଥିବା ଦେଖି ମନ୍ଦିରରେ ଘଣ୍ଟି ବଜାଇ ଚାଲିଲା । ମଣିଷଙ୍କ ଭଳି ଆଚରଣ କରୁଛନ୍ତି ଏହି ଦୁଇ ଭାଲୁ । ଜଣେ ବାହାରେ ଜଗିଥିବା ବେଳେ ଆଉ ଜଣେ ଘଣ୍ଟି ବଜାଇ ଚାଲିଛିି । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ।
ଥରେ ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ । ଭାଲୁଟି ପୁରା ସିଧା ଠିଆ ହୋଇପଡିଛି । କେମିତି ମଣିଷ ଭଳି ହେଉଛନ୍ତି । ମଣିଷଙ୍କ ଭଳି ନିଜ ହାତରେ ମନ୍ଦିର ଘଣ୍ଟି ବଜାଉଛନ୍ତି । ଭକ୍ତଙ୍କ ଭଳି ହାତ ଯୋଡି ପକାଉଛି । ଏମିିତି ଦୃଶ୍ୟ ପୁରା ଅଶ୍ଚର୍ଯ୍ୟ କରିବା ଭଳି ରହିଛି । ଏହା କେଉଁ ଫିଲ୍ମ କାହାଣୀର ଦୃଶ୍ୟୁ ନୁହେଁ । ଏଭଳି ଘଟଣା ଘଟିଛି ଓଡିଶାରେ ।
ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ଚମ୍ପିଆ ଶିବ ମନ୍ଦିରରେ ଗତ ରାତିରେ ଦୁଇଟି ଭାଲୁ ଖାଦ୍ୟ ଅନ୍ୱେଷଣରେ ପଶିଥିଲେ । ପ୍ରବେଶ ଦ୍ୱାରରେ ଘଣ୍ଟି ବଜାଇଥିଲେ କିଛି ଯୁବକ ଘଣ୍ଟି ଶବ୍ଦ ଶୁଣି ମନ୍ଦିରକୁ ଯାଇ ଏହା ଦେଖି ଆଶ୍ଚର୍ଯ୍ୟ ହୋଇପଡିଲେ । ସଙ୍ଗେ ସଙ୍ଗେ ଭିଡିଓ ବନାଇ ଥିଲେ । ତେବେ ଲୋକଙ୍କ କହିବା କଥା ପ୍ରତ୍ୟେକ ଦିନ ଏହି ଦୁଇଟି ଭାଲୁ ଗାଁ ମଧ୍ୟରେ ବୁଲୁ ଥିବା ନଜରକୁ ଆସିଛି । ଆଉ ପ୍ରତିଦନି ରାତିରେ ଏହି ସାମ୍ନାରେ ବୁଲୁଛନ୍ତି ଏହି ଭାଲୁ । ଆଉ ଏବେ ଏହି ଭିଡିଓ ଜୋର ସୋରରେ ଭାଇରଲ ହେବାରେ ଲାଗିଛି ।