fbpx

ପୁଣି ଭାରତ-ପାକିସ୍ତାନ ମଧ୍ୟରେ ହେବ ମହା ଲଢେଇ: ଜାରି ହେଲା ‘ଏସିଆ କପ’ର Schedule

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ କେବଳ ଉଭୟ ଦେଶ ନୁହେଁ ସାରା ବିଶ୍ୱବାସୀଙ୍କ ପାଇଁ ରୋମାଞ୍ଚ ଆଣି ଦିଏ । ଯେବେ ବି ଉଭୟ ଦଳ ମଧ୍ୟରେ ମ୍ୟାଚ ଆୟୋଜନ ହୋଇଛି, ଦର୍ଶକଙ୍କର କ୍ରେଜ ଏବଂ ଏକ୍ସାଇଟମେଣ୍ଟ ଅନ୍ୟ ମ୍ୟାଚ ତୁଳନାରେ ଖୁବ ଅଧିକ ଦେଖିବାକୁ ମିଳିଥାଏ । ତେବେ ପୁଣି ଥରେ ଏହି ଦୁଇ ଚିର ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ଲାଗିବ ମହାଯୁଦ୍ଧ । ଏସିଆ କପରେ ଉଭୟ ଦଳ ଖୁବ ଶୀଘ୍ର ମୁହାଁମୁହିଁ ହେବାକୁ ଯାଉଛନ୍ତି ।

ଆସନ୍ତା ଅଗଷ୍ଟ ୨୭ ତାରିଖରୁ ଆୟୋଜନ ହେଉଛି ଏସିଆ କପ-୨୦୨୨ । ୟୁଏଇରେ ଏସିଆ କପର ଏହି ୧୫ତମ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାକୁ ଯାଉଛି । ତେବେ ପ୍ରଥମେ ଶ୍ରୀଲଙ୍କାରେ ଏହା ଅନୁଷ୍ଠିତ ହେବାକୁ ଥିବା ବେଳେ ଦେଶରେ ରାଜନୈତିକ ବିଶୃଙ୍ଖଳା ଯୋଗୁଁ ଏବେ ଏହି ଟୁର୍ଣ୍ଣାମେଣ୍ଟ ୟୁଏଇକୁ ସ୍ଥାନାନ୍ତର କରାଯାଇଛି । ୨୭ ତାରିଖରେ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଖେଳାଯିବାକୁ ଥିବା ୧୧ ସେପ୍ଟେମ୍ବରରେ ଏହାର ଫାଇନାଲ ମ୍ୟାଚ ଖେଳାଯିବ ।

୨୮ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି କଡା ଟକ୍କର ଦେଖିବାକୁ ମିଳିବ । ଏହି ମ୍ୟାଚରେ ବିଜୟୀ ହୋଇ ଗତ ଟି-୨୦ ବିଶ୍ୱକପରେ ୧୦ ୱିକେଟରେ ମିଳିଥିବା ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ମେନ ଇନ ବ୍ଲୁ । ସେପଟେ ପ୍ରଥମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତକୁ ହରାଇବାର ରେକର୍ଡକୁ ଆଗକୁ ନେବା ପାଇଁ ମଧ୍ୟ ପାକିସ୍ତାନ ଚେଷ୍ଟା କରିବ ।

 

ତେବେ ଏସିଆ କପ ପାଇଁ ସିଡ୍ୟୁଲ ଜାରି ହୋଇସାରିଛି । ଭାରତ ଏବଂ ପାକିସ୍ତାନକୁ ଅନ୍ୟ କ୍ୱାଲିଫାୟାର ଟିମଗୁଡିକ ସହ ଗ୍ରୁପ ଏ’ରେ ରହିଥିବା ବେଳେ ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଂଲାଦେଶ ଗ୍ରୁପ ବି’ରେ ସ୍ଥାନ ପାଇଛନ୍ତି । ତେବେ ଗ୍ରୁପ ଏ’ରେ ୟୁଏଇ, କୁବେତ, ହଂକଂ ଏବଂ ସିଙ୍ଗାପୁର ମଧ୍ୟରୁ ଏକ ଟିମ ସ୍ଥାନ ପାଇବ ।

Get real time updates directly on you device, subscribe now.