fbpx

ଦୁନିଆର ୧୨୫ ସୁପର ରିଚ୍ ବ୍ୟକ୍ତି ସାଧାରଣ ଲୋକଙ୍କଠୁ ୧୦ ଲକ୍ଷ ଗୁଣ ଅଙ୍ଗାରକାମ୍ଳ ନିର୍ଗତ କରନ୍ତି

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବିତ୍ତଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ୧୨୦ ଜଣଙ୍କ ଯୋଗୁଁ ବାର୍ଷିକ ହାରାହାରି ୩୦ ଲକ୍ଷ ଟନ ଅଙ୍ଗାରକାମ୍ଳ ନିର୍ଗତ ହେଉଛି। ଏହା ଦୁନିଆର ୯୦ ପ୍ରତିଶତ ସାଧାରଣ ଜନତାଙ୍କ ହାରଠୁ ୧୦ ଲକ୍ଷ ଅଧିକ। ଅର୍ଥାତ ଦୁନିଆର ୯୦ ପ୍ରତିଶତ ଲୋକ ମିଶି ଯେତିକି ଅଙ୍ଗାରକାମ୍ଳ ନିର୍ଗତ କରୁଛନ୍ତି, ସେଥିରୁ ୧୦ ଲକ୍ଷ ଗୁଣ ଅଧିକ କେବଳ ୧୨୫ କୋଟି ପତି କରୁଛନ୍ତି। ଅଣ ଲାଭକାରୀ ଗ୍ରୁପ ଅକ୍ସଫାମର ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ଏହି ଧନୀ ବ୍ୟକ୍ତିଙ୍କ ୧୮୩ କମ୍ପାନିରୁ ସାମୂହିକ ଭାବେ ୨.୪ ଟ୍ରିଲିୟନ ଆମେରିକା ଡଲାରର ଭାଗିଦାରୀ ରହିଛି। ‘କାର୍ବନ ବିଲିୟନର୍ସ: ଦ ଇନଭେଷ୍ଟମେଣ୍ଟ ଏମିସନ୍ସ ଅଫ ଦ ଓ୍ଵାର୍ଲ୍ଡସ ରିଚେଷ୍ଟ ପିପୁଲ’ ଶୀର୍ଷକ ରିପୋର୍ଟରୁ ଜଣା ପଡିଛି ଯେ, ଜୀବାଶ୍ମ ଇନ୍ଧନ ଏବଂ ସିମେଣ୍ଟ ପରି ପ୍ରଦୂଷଣକାରୀ ଉଦ୍ୟୋଗରେ ଏମାନଙ୍କର ନିବେଶ ଷ୍ଟାଣ୍ଡାର୍ଡ ଏବଂ ପ୍ୟୁଅର୍ସର ୫୦୦ କମ୍ପାନିର ହାରଠୁ ଦୁଇ ଗୁଣା ଅଧିକ ରହିଛି। ଏହି ୧୨୫ କୋଟିପତି ମିଳିତ ଭାବେ ପ୍ରତି ବର୍ଷ ୩୯୩ ମିଲିୟନ ଟନ ଅଙ୍ଗାରକାମ୍ଳ ନିର୍ଗତ କରନ୍ତି, ଯାହା ୬.୭୦ କୋଟି ଜନତାଙ୍କ ଦେଶ ଫ୍ରାନ୍ସର ବାର୍ଷିକ ଅଙ୍ଗାରକାମ୍ଲ ନିର୍ଗତ ସହ ସମାନ। ଉଦାହରଣ ସ୍ଵରୂପ, ଏହି କୋଟିପତିଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ସମାନ ପରିମାଣର ଅଙ୍ଗାରକାମ୍ଳ ନିର୍ଗତ କରିବା ପାଇଁ ନିଜର ଘରୋଇ ଜେଟରେ ପାଖାପାଖି ୧୬ ମିଲିୟନ ଥର ଦୁନିଆକୁ ଚକ୍କର ମାରିବାକୁ ପଡିବ। ରିପୋର୍ଟରେ କୁହାଯାଇଛି ଯେ, ପ୍ରତ୍ୟେକ କୋଟି ପତିଙ୍କ ଅଙ୍ଗାରକାମ୍ଳ ନିର୍ଗତର ଭରଣା ପାଇଁ ପ୍ରାୟ ୪୦ ଲକ୍ଷ ଲୋକଙ୍କୁ ଶାକାହାରୀ ହେବାକୁ ପଡିବ।

ଅକ୍ସଫାମ ଇଣ୍ଡିଆର ସିଇଓ ଅମିତାଭ ବେହରଙ୍କ ଅନୁଯାୟୀ, ଅଙ୍ଗାରକାମ୍ଲଳ ନିର୍ଗତ ପାଇଁ ଦାୟୀ ଧନୀ ବ୍ୟକ୍ତିଙ୍କ ଭୂମିକା ଉପରେ ବୋଧହୁଏ ଆଲୋଚନା ହୁଏ କି ନାହିଁ ଜଣା ନାହିଁ। ସରକାର ନିଜ ଅନୁସାରେ ତ ଲକ୍ଷ୍ୟ ସ୍ଥିର କରନ୍ତି, ମାତ୍ର ଏହି ବିତ୍ତଶାଳୀ ନିବେଶକଙ୍କ ଅବହେଳାକୁ ରୋକିବା ପାଇଁ କୌଣସି ଠୋସ୍ ପଦକ୍ଷେପ ଉଠାନ୍ତି ନାହିଁ। ଏହି ପ୍ରସଙ୍ଗରେ ଚିନ୍ତା କରାଯିବାର ଆବଶ୍ୟକତା ରହିଛି। ଏଥିରେ ପରିବର୍ତ୍ତନ ଅତ୍ୟନ୍ତ ଜରୁରୀ। ଜଳବାୟୁ ପରିବର୍ତ୍ତନ ନେଇ ଏହି କୋଟି ପତି ନିବେଶକ ଦାୟୀ। ଅକ୍ସଫାମ ନିଜର ୨୦୨୧ ରିପୋର୍ଟରେ ଜଣାଇଛି ଯେ, ୨୦୫୦ ସୁଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ଲକ୍ଷ୍ୟ ପ୍ରାପ୍ତି ପାଇଁ ଅତି କମରେ ୧.୬ ବିଲିୟନ ହେକ୍ଟରର ନୂତନ ଜଙ୍ଗଲର ଆବଶ୍ୟକତା ରହିଛି, ଯାହା ଭାରତ ଆୟତନର ପାଞ୍ଚ ଗୁଣା ବରାବର ଅଞ୍ଚଳ।

ଅକ୍ସଫାମ କହିଛି, ବିଶ୍ଵ ଜଳବାୟୁ ସଙ୍କଟକୁ ପ୍ରୋତ୍ସାହନ ଦେଇ ମୁନାଫା କମାଉଥିବା ବଡ ବଡ ଉଦ୍ୟାଗପତି ଏବଂ ଧନୀ ନିବେଶକଙ୍କ ଭୂମିକା ଉଜାଗର କରିବା ଏବଂ ଏଥିରେ ପରିବର୍ତ୍ତନ ପାଇଁ ଆମକୁ କପ୍୨୭(COP27) ଆବଶ୍ୟକତା ରହିଛି। ସରକାରଙ୍କ ଏହି ଦିଗ ପ୍ରତି ତତ୍କାଳ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଦେଶକୁ ନିଜର ସବୁଠୁ ଧନୀ ବ୍ୟକ୍ତିମାନେ କେତେ ଅଙ୍ଗାରକାମ୍ଳ ନିର୍ଗତ କରୁଛନ୍ତି ତାର ସୂଚନା ସାର୍ବଜନୀନ କରିବା ଦରକାର। ଅଙ୍ଗାରକାମ୍ଳ ନିର୍ଗତ କମ୍ କରିବା ପାଇଁ ନିବେଶକ ଏବଂ କର୍ପୋରେଟଙ୍କ ଉପରେ ଟ୍ୟାକ୍ସ ଲଗାଇବା ଉଚିତ୍। ଅକ୍ସଫାମ ଅନୁମାନ କରିଛି ଯେ, ଦୁନିଆର ଏହି ବିତ୍ତଶାଳୀ ଲୋକଙ୍କ ଉପରେ ସ୍ଵାସ୍ଥ୍ୟଜନିତ ଟ୍ୟାକ୍ସ ଲଗାଇଲେ ବାର୍ଷିକ ୧.୪ ଟ୍ରିଲିୟନ ଆମେରିକୀୟ ଡଲାରର ଆୟ ହୋଇପାରିବ। ଏଥିରେ ବିକାଶଶୀଳ ଦେଶଗୁଡିକର ସାହାଯ୍ୟ କରାଯାଇ ପାରିବ, ଯେଉଁମାନେ ଜଳବାୟୁ ପରିବର୍ତ୍ତନରେ ସର୍ବାଧିକ ପ୍ରଭାବିତ।

Get real time updates directly on you device, subscribe now.