fbpx

ଓଲଟିଲା ପୁରୀରୁ ଭୁବନେଶ୍ୱର ଆସୁଥିବା ବସ୍, ୧୦ ଆହତ ଜଣେ ଗୁରୁତର

ପୁରୀ: ପୁରୀରୁ ଆସୁଥିବାବେଳେ ଓଲଟିଲା ବସ୍। ଭାରି ବର୍ଷା କାରଣରୁ ଭାରସ୍ୟମ ହରାଇ ଡିଭାଇଡରରେ ପିଟି ହୋଇ ଘଟିଲା ଦୁର୍ଘଟଣା। ପୁରୀ ସାତସଙ୍ଖ ଠାରେ ଘଟିଛି ଅଘଟଣ। ବସ୍‌ରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୫ ଯାତ୍ରୀ ଆହାତ ମେଡିକାଲରେ ଭର୍ତ୍ତି।

ପୁରୀରୁ ଯାତ୍ରୀ ନେଇ ଭୁବନେଶ୍ୱର ଆସୁଥିବା ସାରଳା ବସ ଦୁର୍ଘଟଣାଗ୍ରସ୍ତ। ପ୍ରବଳ ବର୍ଷା ଯୋଗୁ ଭାରସ୍ୟାମ ହରାଇ ଡିଭାଇଡରରେ ପିଟିହୋଇ ଓଲଟିଲା ବସ୍। ମଧ୍ୟାନ ୧୨ଟା ୪୫ରେ ପୁରୀରୁ ଭୁବନେଶ୍‌ବର ଆସୁଥିବା ସମୟରେ ସାତଶଙ୍ଖ ଠାରେ ଏହି ଦୁର୍ଘଟଣା ଘଟିଛି। ଡ୍ରାଇଭରଙ୍କ ଆଖି ଲାଗୁଯିବାରୁ ଗାଡିଟି ଭାରସ୍ୟାମ ହରାଇ ଡିଭାଇଡର ଉପରକୁ ଚଢି ଯାଇଥିଲା। ତେବେ ଗାଡିରେ ୫୦ ରୁ ୫୫ ଜଣ ଯାତ୍ରୀ ଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ପାଖାପାଖି ୫ରୁ ୧୦ ଜଣ ଆହାତ ହୋଇଥିବା ବେଳେ ଜଣେ ଗୁରୁତର ଆହାତ ହୋଇଛନ୍ତି।

 

Get real time updates directly on you device, subscribe now.