fbpx

ଦର୍ପଦଳନ ଚକ ଅଖରେ ଫାଟ: ଦୁର୍ବଳ ରହିଛି ମା’ ସୁଭଦ୍ରାଙ୍କ ରଥ

ପୁରୀ: ରଥଯାତ୍ରାକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି । କିନ୍ତୁ ଏପର୍ଯ୍ୟନ୍ତ ଶେଷ ହୋଇନି ରଥ ନିର୍ମାଣ କାର୍ଯ୍ୟ । ଏହା ଉପରେ ଆଉ ଏକ ସମସ୍ୟା ଦେଖିବାକୁ ମିଳିଛି । ଦେବୀ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥର ଅଖରେ ଫାଟ ଥିବା ଦେଖାଯାଇଛି । ଏହି ଫାଟ ଲୁଚାଇବା ପାଇଁ ବଟମ୍ ପ୍ୟାକିଂ କରିବା ସହ କ୍ଲାମ୍ପ ଫିଟିଂ ମଧ୍ୟ କରାଯାଇଛି । ତେବେ ଚକର ଅଖରେ ଫାଟ ରହିଥିବାରୁ ଅଖଟି ଏବେ ବି ଦୁର୍ବଳ ଥିବା ଜଣା ପଡୁଛି ।

ସେପଟେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୩ ଦିନ ବାକି ଥିବା ବେଳେ ଏଥିପାଇଁ ନୀତିକାନ୍ତି ଆରମ୍ଭ ହୋଇ ସାରିଛି । ସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୂ ଏବେ ଅଣସର ଘରେ ରହିଛନ୍ତି । ତେଣୁ ଶ୍ରୀମନ୍ଦିରକୁ ଆଜି ଶ୍ରୀଜିଉଙ୍କ ପାଇଁ ଅଣସର ଭାର ପଠାଯାଇଛି । ମାମୁଁ ଘର ମାଧବଜୀଉ ମନ୍ଦିରରୁ ଦାରୁ ମୂରତୀଙ୍କ ପାଇଁ ଭାର ଶ୍ରୀମନ୍ଦିରକୁ ଯାଇଛି । ମହାପ୍ରଭୁ ସୁସ୍ଥ ହୋଇ ସାରିବା ପରେ ମାମୁଁ ଘରୁ ଏହି ଅଣସର ଭାର ଶ୍ରୀମନ୍ଦିରକୁ ପଠାଯାଇଥାଏ । ଆଜି ମହାପ୍ରଭୁ ସୁସ୍ଥ ହୋଇଥିବା ବେଳେ ମାଧବଜୀଉ ମନ୍ଦିରରୁ ଅଣସର ଭାର ପଠାଯାଇଛି । ତେବେ ଆସନ୍ତା ୨୦ ତାରିଖରେ ଶ୍ରୀଜୀଉ ରଥରେ ବିଜେ ହୋଇ ମାଉସୀ ଘର ଅଭିମୁଖେ ବାହାରିବେ ।

Get real time updates directly on you device, subscribe now.