fbpx

ରିଜର୍ଭ ବ୍ୟାଙ୍କର ଗୋଟିଏ ନିଷ୍ପତି; ସୟୋର ବଜାରରେ ନିବେଶକଙ୍କ କରିଦେଲା ୬.୨୭ ଲକ୍ଷ କୋଟିର କ୍ଷତି

ମୁମ୍ବାଇ: ଦେଶରେ ବଢୁଥିବା ବିଭିନ୍ନ ଜିନିଷର ଦରଦାମକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ୪ ବର୍ଷ ପରେ ବୁଧବାର ରେପୋ ରେଟ ବୃଦ୍ଧି ୪.୪୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ତେବେ ଆରବିଆଇର ଏହି ନିଷ୍ପତିରେ ସେୟାର ବଜାରରେ ନିବେଶକ ମାନଙ୍କର ୬.୨୭ ଲକ୍ଷ କୋଟିର କ୍ଷତି ହୋଇଛି ।

ଆଜି ବଜାର ବନ୍ଦ ହେଲା ବେଳକୁ ସେନସେକ୍ସ ୧,୩୦୬.୯୬ ଅର୍ଥାତ୍ ୨.୨୯ ପ୍ରତିଶତ ହ୍ରାସ ପାଇ ଗତ ଦୁଇ ମାସର ସର୍ବନିମ୍ନ ସ୍ତରରେ ୫୫,୬୬୯.୦୩ ପଏଣ୍ଟରେ ବନ୍ଦ ହୋଇଥିଲା । ଏହା ଏକ ସମୟରେ ୧,୪୭୪.୩୯ ପଏଣ୍ଟକୁ ଖସି ଆସିଥିଲା । ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜି ୬,୨୭,୩୫୯.୭୨ କୋଟି ହ୍ରାସ ପାଇ ୨,୫୯,୬୦,୮୫୨.୪୪ କୋଟିରେ ପହଞ୍ଚିଛି। ସେହିଭଳି, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୧୬,୬୭୭.୬୦ ରେ ବନ୍ଦ ହୋଇ ୩୯୧.୫୦ ପଏଣ୍ଟ କିମ୍ବା ୨.୨୯ ପ୍ରତିଶତ ହ୍ରାସ ପାଇଛି ।

ସେନ୍ସେକ୍ସ କମ୍ପାନୀଗୁଡିକ ମଧ୍ୟରେ ବଜାଜ ଫାଇନାନ୍ସ ୪.୨୯ ପ୍ରତିଶତ ସର୍ବାଧିକ କ୍ଷତି ସହିଛି । ଟାଇଟାନ, ବଜାଜ ଫିନ୍ସର୍ଭ, ଇଣ୍ଡସ ଇଣ୍ଡ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ମାରୁଟିର ସେୟାର ମଧ୍ୟ କ୍ଷତି ସହିଛନ୍ତି। ଅନ୍ୟ ପଟେ ପାୱାରଗ୍ରିଡ୍, ଏନଟିପିସି ଏବଂ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲାଭକାରୀଙ୍କ ମଧ୍ୟରେ ଥିଲେ।

ରିଜର୍ଭ ବ୍ୟାଙ୍କ ରେପୋ ହାର ୦.୪୦ ପ୍ରତିଶତ ବୃଦ୍ଧି କରି ୪.୪୦ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି। ବିଗତ ତିନିମାସ ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ଲକ୍ଷ୍ୟର ସର୍ବୋଚ୍ଚ ସୀମାଠାରୁ ୬ ପ୍ରତିଶତ ଉପରେ ରହିଛି।

 

Get real time updates directly on you device, subscribe now.