fbpx

ଡେବ୍ୟୁରେ ଡବଲ ସେଞ୍ଚୁରୀ: ଅଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଦଳରେ ପାଇଥିଲେ ସ୍ଥାନ

ନୂଆଦିଲ୍ଲୀ: ମୁମ୍ବାଇ-ଉତ୍ତରାଖଣ୍ଡ ମଧ୍ୟରେ ଜାରି ରହିଛି ରଣଜୀ ମ୍ୟାଚର କ୍ୱାର୍ଟର ଫାଇନାଲ ମ୍ୟାଚ । ପ୍ରଥମ ପାଳିରେ ୫୦୦ ରନର ଏକ ବିଶାଳ ସ୍କୋର କରିବା ପରେ ଦ୍ୱିତୀୟ ଦିନରେ ଖୁବ ଭଲ ପରିସ୍ଥିତିରେ ରହିଛି ମୁମ୍ବାଇ । ସରଫରାଜ ଖାନ ଏବଂ ଏହି ମ୍ୟାଚ ସହ ଡେବ୍ୟୁ କରିଥିବା ସୁବେଦ ପାରିକରଙ୍କ ଧୂଆଧାର ବ୍ୟାଟିଂ ସହିତ ଏଭଳି ଏକ ବିଶାଳକାୟ ସ୍କୋର କରିପାରିଛି ।

Suved Parkar, playing in place of Ajinkya Rahane, scored a double century  on debut, repeated the coach's charisma after 28 years - Cricket.Surf

ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ରାହାଣେ ଆହତ ହେବା ପରେ ତାଙ୍କ ସ୍ଥାନରେ ପାରିକରଙ୍କୁ ସୁଯୋଗ ଦିଆଯାଇଥିଲା । ତେବେ ନିଜର ଡେବ୍ୟୁ ମ୍ୟାଚରେ ହିଁ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ପାରିକର । ୪୪୭ ବଲରୁ ୨୫୨ ରନର ଏକ ବିଶାଳ ସ୍କୋର ସହ ଦଳକୁ ୬୪୭ ରନରେ ପହଞ୍ଚାଇଛନ୍ତି ସୁବେଦ । ଏହି ବିସ୍ଫୋରକ ପାଳିରେ ୪ ଛକା ଏବଂ ୨୧ଟି ଚୌକା ସାମିଲ ରହିଛି । ଏମିତି କରିବାରେ ପାରିକର ପାଲଟିଛନ୍ତି ଦ୍ୱିତୀୟ ଖେଳାଳି । ପାଷ୍ଟ କ୍ଲାସ କ୍ରିକେଟରେ ଡେବ୍ୟୁ ମ୍ୟାଚରେ ଡବଲ ସେଞ୍ଚୁରୀ କରିଥିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ ପାଲଟିଛନ୍ତି । ପୂର୍ବରୁ ଅମୋଲ ମଜୁମଦାର ୧୯୯୪ରେ ଏହି କାରନାମା । ହରିୟାଣା ବିପକ୍ଷରେ ୨୬୦ ରନର ଏକ ଧୂଆଁଧାର ପାଳି ଖେଳିଥିଲେ ଅମୋଲ ।

ତେବେ ଅନ୍ୟମାନଙ୍କ ମଧ୍ୟରେ ସରଫରାଜ ଖାନ ୨୦୫ ବଲରେ ମଧ୍ୟ ଏକ ଦମଦାର ପାଳି ଖେଳିଛନ୍ତି । ୪ଟି ଛକା ଏବଂ ୧୪ଟି ଚୌକା ସହ ୧୫୩ ରନର ଏକ ପାଳି ଖେଳିଛନ୍ତି ସରଫରାଜ । ତାଙ୍କ ବ୍ୟତୀତ ଅରମାନ ଜାଫର ଏବଂ ସାମ୍ସ ମୁଲାନୀ ମଧ୍ୟ ଦଳ ପାଇଁ ମହତ୍ତ୍ୱପୂର୍ଣ୍ଣ ରନ ଯୋଡିଛନ୍ତି ।

Get real time updates directly on you device, subscribe now.