fbpx

ନିଆଳି ହାଟରେ ଅଗ୍ନିକାଣ୍ଡ, ୩୯ଟି ଦୋକାନ ଜଳି ପାଉଁଶ

ନିଆଳି : ରାଜ୍ୟରେ ଅଗ୍ନିକାଣ୍ଡ ପ୍ରାୟତଃ ଦେଖିବାକୁ ମିଳୁଛି । ଅଗ୍ନିକାଣ୍ଡର କାରଣ ପ୍ରାୟତଃ ବିଦ୍ୟୁତ ଦୁର୍ଘଟଣା, ଗ୍ୟାସ ଟାଙ୍କି ଫାଟିଯିବା ଏବଂ ଅନ୍ୟାନ୍ୟ ଅଗ୍ନିକାଣ୍ଡ କାରଣରୁ ଏପରି ଅବସ୍ଥା ଦେଖିବାକୁ ମିଳୁଛି । ଏହିପରି ଏକ ଅଗ୍ନିକାଣ୍ଡ ଘଟଣା କଟକ ଜିଲ୍ଲା ନିଆଳି ହାଟରେ ଘଟିଛି । ଯାହାଫଳରେ ୩୯ଟି ଦୋକାନ ଜଳିଯାଇଥିବା କଥା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ ଅଡଶପର ଓ ନିଆଳି ସାପ୍ତାହିକ ହାଟରେ ନିଆଁ ଲାଗିଯାଇଥିଲା । ଫଳରେ ୪୯ଟି ଦୋକାନ ଜଳିଯାଇଛି । ଏହି ଅଗ୍ନିକାଣ୍ଡଟି ବିଳମ୍ବିତ ରାତିରେ ଘଟିଥିଲା । ଯାହାଫଳରେ ପରିବା ବ୍ୟବସାୟୀଙ୍କ ସାମଗ୍ରୀ ସହ ଲକ୍ଷାଧିକ ଟଙ୍କା ଜଳିପୋଡି ନଷ୍ଟ ହୋଇଯାଇଛି ।

ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ବ୍ୟବସାୟୀମାନେ ଦୁବୃତ୍ତ ଏପରି କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ଖବର ପାଇ ଅଡଶପର ଓ ନିଆଳି ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ନିଆଁଲିଭା କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଅଗ୍ନିକାଣ୍ଡ ଏତେ ଭୟଙ୍କର ରହିଛି ଯାହାକୁ ଆୟତ୍ତ କରିବାକୁ ବାଧା ସାଜିଛି । ଏହି ଘଟଣାରେ ବ୍ୟବସାୟ ସଂଘ ଅସହାୟ ହୋଇପଡିଛନ୍ତି ।

Get real time updates directly on you device, subscribe now.