ଛୋଟ ପୋଷାକ ପିନ୍ଧି ଅନ୍ୟମାନଙ୍କ ଧ୍ୟାନ ଆକର୍ଷିତ କରୁଥିଲେ ଫିଟନେସ୍ ଇନଫ୍ଲୁଏନ୍ସର, ଦୃଢ଼ ପଦକ୍ଷେପ ନେଲା ଜିମ୍ ମ୍ୟାନେଜମେଣ୍ଟ

ନୂଆଦିଲ୍ଲୀ: ଅଧିକାଂଶ ବ୍ୟକ୍ତି ନିଜ ଫିଟନେସ୍ ମେଣ୍ଟେନ୍ କରିବା ପାଇଁ ଜିମ୍ ଯାଇଥାନ୍ତି । ଜିମରେ ପୋଷାକ ପରିଧାନକୁ ନେଇ ମଧ୍ୟ କିଛି ନିୟମ ରହିଛି । କିନ୍ତୁ ନିକଟରେ ଜଣେ ଇନଫ୍ଲୁଏନ୍ସର ଏହି ନିୟମର ଉଲଂଘନ କରିଥିବାରୁ ତାଙ୍କୁ ଜିମରୁ ବାହାର କରିଦିଆଯାଇଥିଲା ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରାଜିଲରେ । ବ୍ରାଜିଲର ଫିଟନେସ୍ ଇନଫ୍ଲୁଏନସର ଜେସିକା ଫେଟ୍ରାସ(୩୩) ଅଧିକ ଛୋଟ ଜିମ୍ ଆଉଟଫିଟ୍ ପରିଧାନ କରିଥିବା ଯୋଗୁଁ ତାଙ୍କୁ ଜିମରୁ ବାହାର କରିଦିଆଯାଇଥିବା କହିଛନ୍ତି । ମ୍ୟାନେଜମେଣ୍ଟ ଟିମର କହିବାନୁଯାୟୀ ଜିମରେ ୱାର୍କଆଉଟ୍ ସମୟରେ ତାଙ୍କ ପୋଷାଙ୍କ ଅନ୍ୟ ବ୍ୟକ୍ତିଙ୍କ ଧ୍ୟାନ ଆକର୍ଷିତ କରିଥାଏ । ଅପରପକ୍ଷରେ ଜେସିକାଙ୍କ କହିବାନୁଯାୟୀ ଜିମରେ ଥିବା ଅନ୍ୟ ମହିଳାମାନେ ମଧ୍ୟ ସେହି ଭଳି କିଛି ପୋଷାକ ପିନ୍ଧିଥିଲେ । କିନ୍ତୁ ସେ ତାଙ୍କ ପସନ୍ଦର ସ୍ପୋର୍ଟସ ୱିୟର ପିନ୍ଧି ଯାଇଥିଲେ ଯାହା ଅତ୍ୟନ୍ତ ଆରାମଦାୟକ ଥିଲା । ସେ କେବଳ ଜିମରେ ଭିଡିଓ କରୁଥିଲେ ଏବଂ କାହାକୁ ଅସହଜ ଅନୁଭବ କରାଉନଥିଲେ । କିନ୍ତୁ ତାଙ୍କୁ ଅନୁଭବ ହୋଇଥିଲା କି ଜିମର ପ୍ରତ୍ୟେକ ଷ୍ଟାଫ୍ ତାଙ୍କ ଉପରେ ନଜର ରଖୁଛନ୍ତି । ଏହା ପରେ ମ୍ୟାନେଜମେଣ୍ଟ ତାଙ୍କୁ ଜିମରୁ ବାହାର କରିଦେଇଥିଲା । ତାଙ୍କ ସହ ପକ୍ଷପାତିତା ହୋଇଥିବା ସେ କହିଛନ୍ତି । ଏହା ପରେ ସେ ଜିମ୍ ମ୍ୟାନେଜମେଣ୍ଟଙ୍କ ସହ କଥାବାର୍ତ୍ତା କରି ମାମଲାର ସମାଧାନ କରିଥିଲେ । ଜେସିକା କହିଥିଲେ କି ସେ ପୁଣି ଥରେ ଖୁସି ଖୁସି ଜିମ୍ ଫେରିବେ । କହିରଖୁଛୁ ଇନଷ୍ଟାଗ୍ରାମରେ ତାଙ୍କର ୧.୮ ଲକ୍ଷ ଫଲୋଅର୍ସ ଅଛନ୍ତି । ନିକଟରେ ସେ ଏକ ବୋଲ୍ଡ ପୋଷ୍ଟ ଶେୟାର କରି କ୍ୟାପସନରେ ଲେଖିଥିଲେ, ‘ଅଭିଯୋଗ କରିପାରିବେ କିନ୍ତୁ ମୋ ବିଲ୍ ପୈଠ କରିପାରିବେ ନାହିଁ ।’ ତେବେ ଏହି ପୋଷ୍ଟ ପରେ ତାଙ୍କ ଫଲୋଅର୍ସଙ୍କ ମଧ୍ୟରେ ବିତର୍କ ଦେଖାଦେଇଥିଲା । କିଛି ଫଲୋଅର୍ସ ତାଙ୍କ ସମର୍ଥନ କରିଥିଲେ ଏବଂ କିଛି ବିରୋଧ ।