ସାଙ୍ଗକୁ ଖଣ୍ଡାରେ ହାଣି ଖଣ୍ଡ ଖଣ୍ଡ କଲା ସାଙ୍ଗ, ଗୋଟିଏ କୂଅରୁ ମୁଣ୍ଡ, ଆଉ ଗୋଟେ କୂଅରୁ ମିଳିଲା ଗଣ୍ଡି
ଜହ୍ଲାଦ ସାଙ୍ଗ, ଦ୍ୱାଦଶରେ ପଢୁଥିବା ସାଙ୍ଗକୁ କଲା ହତ୍ୟା
ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁନେରୁ ଏକ ଭୟଙ୍କର ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ସାଙ୍ଗ ନିଜ ସାଙ୍ଗକୁ ନିର୍ମମ ଭାବେ ହତ୍ୟା କରିଛି ଏବଂ ଶବକୁ ଖଣ୍ଡ ଖଣ୍ଡ କରି ଦୁଇଟି କୂଅରେ ଫିଙ୍ଗି ଦେଇଛି । ପୋଲିସ ଶବୁ ଉଦ୍ଧାର କରିଛି ଏବଂ ଅଭିଯୁକ୍ତକୁ ଗିରଫ କରିଛି ।
ସଂପୂର୍ଣ୍ଣ ମାମଲା: ମହାରାଷ୍ଟ୍ରର ଅହଲ୍ୟାନଗର ଜିଲ୍ଲାରେ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ନିଜ ସାଙ୍ଗକୁ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଛି । ଏହି ମାମଲାରେ ଜଣେ ନାବାଳକକୁ ମଧ୍ୟ ହେପାଜତରେ ନିଆଯାଇଛି । ପୋଲିସ ମଙ୍ଗଳବାର ଦିନ ଏହି ସୂଚନା ଜାରି କରିଛି ।
ପୋଲିସ କହିଛି ଯେ, ମୃତ ବାଳକ ଜଣକ ଏଚଏସସି ପରୀକ୍ଷା ଦେବାକୁ ୬ ମାର୍ଚ୍ଚରେ ଯାଇଥିଲା । ଏହାପରେ ସେ ନିଖୋଜ ହୋଇଯାଇଥିଲା । ଘରକୁ ନଫେରିବା ଯୋଗୁଁ ପରିବାର ଲୋକେ ଅନେକ ଖୋଜାଖୋଜି ପରେ ଥାନାରେ ପୁଅର ନିଖୋଜ ହେବା ମାମଲା ରୁଜ୍ଜୁ କରିଥିଲେ ।
ପୋଲିସ ଆହୁରି କହିଛି ଯେ, ୧୨ ମାର୍ଚ୍ଚରେ ଧୋନେୱାଡୀ ଗାଁ ପାଖରେ ଥିବା ଏକ କୂଅରୁ କ୍ଷତାକ୍ତ ଗୋଡ଼ ଏବଂ ଗଣ୍ଡି ମିଳିଥିଲା । ତା’ ପର ଦିନ ଅନ୍ୟ ଏକ କୂଅରୁ କଟା ମୁଣ୍ଡ ଏବଂ ଦୁଇଟି ହାତ ମିଳିଥିଲା ।
ନାବାଳକ ସମେତ ଅନ୍ୟ ଦୁଇ ସନ୍ଦିଗ୍ଧଙ୍କ ନାମ ସାମ୍ନାକୁ ଆସିଛି । ପୋଲିସ ମୁତାବକ, ସେମାନେ କଥା ବାର୍ତ୍ତା ହୋଇ ଖଣ୍ଡାରେ ଯୁବକଙ୍କୁ ହତ୍ୟା କରିଥିଲେ, ଏହାପରେ ଶବକୁ ଖଣ୍ଡ ଖଣ୍ଡ କରି କୂଅରେ ଫିଙ୍ଗିଦେଇଥିଲେ ।