ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳି ଉଠିଲା ଜାହାଜ, ଦେବଦୂତ ଭଳି ଆସି ପହଞ୍ଚିଲେ ଭାରତୀୟ ନୌସେନା

ନୂଆଦିଲ୍ଲୀ: ମଝି ସମୁଦ୍ରରେ ଜାହାଜରେ ଲାଗିଗଲା ନିଆଁ। ହୁତୁହୁତୁ ହୋଇ ମଝି ସମୁଦ୍ରରେ ଜଳିଲା ଜାହାଜ। ହେଲେ ଭାଗ୍ୟ ଭଲ ଦେବଦୂତ ଭଳି ଆସି ପହଞ୍ଚିଲେ ଭାରତୀୟ ନୌସେନା।

ଓମାନ ଉପସାଗରରେ ଏକ ମିଶନରେ ଥିବା ଭାରତୀୟ ନୌସେନା ଯୁଦ୍ଧଜାହାଜ INS ତବାରକୁ MT Yi Cheng 6 ନାମକ ଏକ ଜାହାଜରୁ ବଞ୍ଚାଅ ବଞ୍ଚାଅ ଚିତ୍କାର ସୁଭିବାକୁ ଲାଗିଲା।

ଆଉ ପରେ ଜଣାପଡିଲାକି ପୁଲାଉ-ପତାକାଧାରୀ MT Yi Cheng 6 ଗୁଜୁରାଟର କାଣ୍ଡଲାରୁ ଓମାନର ଶିନାସକୁ ଯାଉଥିଲା। ହେଲେ ଜାହାଜରେ ହଠାତ୍ ନିଆଁ ଲାଗିଯାଇଥିଲା।

ଆଉ ଡାକ ଶୁଣି ଭାରତୀୟ ନୌସେନା ଅଧିକାରୀ ଦେବଦୂତ ଭଳି ପହଞ୍ଚିଥିଲେ। ୧୩ ଜଣ ଭାରତୀୟ ନୌସେନା କର୍ମଚାରୀ ଏବଂ ୫ ଜଣ କ୍ରୁ ସଦସ୍ୟ ବର୍ତ୍ତମାନ ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି।