fbpx

(video)ଗୀତା କଲୋନୀରେ ଭୀଷଣ ଅଗ୍ନିକାଣ୍ଡ, ୨ ଶିଶୁଙ୍କ ସହିତ ଜୀବନ୍ତ ଜଳିଗଲେ ୪ ଜଣ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏକ ବଡ ଖବର ସାମ୍ନାକୁ ଆସିଛି । ଏଠାରେ ଏକ ଘରେ ଅଚାନକ ନିଆଁ ଲାଗି ଯାଇଥିଲା । ଘରୁ କଳା ଧୂଆଁ ବାହାରକୁ ବାହାରିବା ପରେ ଲୋକମାନେ ଏହାର ସୁରାକ ପାଇ ଫାୟାର ବ୍ରିଗେଡ୍ ଟିମ୍‌କୁ ସୂଚନା ଦେଇଥିଲେ । ଏହାପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବହୁ ସମୟ ପରେ ନିଆଁକୁ ଆୟତ୍ତ କରିଥିଲା । ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ ଯେଉଁ ସମୟରେ ଘରେ ନିଆଁ ଲାଗିଯାଇଥିଲା ସେ ସମୟରେ ଘରେ ବଡମାନଙ୍କ ସହ ଛୋଟ ପିଲାମାନେ ବି ଘରେ ଥିଲେ ।

ଦିଲ୍ଲୀର ଶାହଦରା ଅଞ୍ଚଳରେ ଥିବା ଗୀତା କଲୋନୀରେ ଆଜି ଏହି ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ପତି-ପତ୍ନୀ ଓ ୨ ଭଉଣୀ ସାମିଲ ଅଛନ୍ତି । ତେବେ ଘଟଣାରେ ମୃତକଙ୍କ ସଂଖ୍ୟା ଆହୁରି ବଢିବ ବୋଲି କୁହାଯାଉଛି । ମୃତକ ହେଉଛନ୍ତି ମନୋଜ(୩୦) ଓ ତାଙ୍କ ପତ୍ନୀ ସୁମନ(୨୮) ଏବଂ ତାଙ୍କର ୫ ଓ ୩ ବର୍ଷର ୨ ଝିଅ ।

Get real time updates directly on you device, subscribe now.