fbpx

ବିଗ୍ ବ୍ୟାନରେ ବିଜ୍ଞାପନ ଦେଇ ପତ୍ନୀ ଖୋଜିଲେ ଯୁବକ, ଲେଖିଲେ ‘ମତେ ଆରେଞ୍ଜ ମ୍ୟାରେଜରରୁ ରକ୍ଷା କର’

Advertisement

ନୂଆଦିଲ୍ଲୀ: ଜଣେ ୨୯ ବର୍ଷୀୟ ଯୁବକ ବାହା ହେବାକୁ ଚାହୁଁଛନ୍ତି । ଏଥିାଇଁ ସେ ସହର ମଝିରେ ଥିବା ବିଲ୍‌ବୋର୍ଡରେ ବିଜ୍ଞାପନ ଦେଇ ଝିଅ ଖୋଜିବା ଆରମ୍ଭ କରିଛନ୍ତି । ବ୍ରିଟେନର ବର୍ହିଂହାମରେ ଏପରି ବିଜ୍ଞାପନ ଲାଗିଛି । ଏହି ବିଜ୍ଞାପନଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମହମ୍ମଦ ମଲିକ ନାମକ ଏହି ଯୁବକ ଜଣଙ୍କ ବିଲ୍‌ବୋର୍ଡରେ ନିଜର ଗୋଟିଏ ଷ୍ଟାଇଲିଶ ଫଟୋ ଦେବା ସହ ତାଙ୍କ ପତ୍ନୀ ବନିବାକୁ ଚାହୁଁଥିବା ମହିଳାମାନେ ୱେବ୍‌ସାଇଟରେ କ୍ଲିକ କରିବାକୁ କହିଛନ୍ତି । ସେ ଏଥିରେ ନିଜର ୱେବସାଇଟର ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି । ବିଜ୍ଞାପନରେ ମହମ୍ମଦ ମଲିକ ଗୋଟିଏ ବାଇଗଣି ରଙ୍ଗର ସ୍କ୍ରିନ ଉପରେ ଶୋଇଛନ୍ତି । ସେ ଏଥିରେ ଲେଖାଯାଇଥିବା ଗୋଟିଏ ଲାଇନ ଆଡ଼କୁ ଅଙ୍ଗୁଳି ଦେଖାଇଛନ୍ତି । ସେ ଅଙ୍ଗୁଳି ଦେଖାଇଥିବା ଲାଇନ୍‌ରେ ମୋତେ ଆରେଞ୍ଜ ମ୍ୟାରେଜରରୁ ରକ୍ଷା କର ଲେଖାଯାଇଛି ।

Get real time updates directly on you device, subscribe now.