fbpx
BSKY SKY
BSKY SKY

(Video) ଯୋଗ କରିବା ବେଳେ ପଶି ଆସିଲା ମାଙ୍କଡ: ବିଜୁ ପଟ୍ଟନାୟକ ପାର୍କରେ କଲା ଅଜବ କାଣ୍ଡ

BSKY

ଭୁବନେଶ୍ୱର: ରାଜଧାନୀର ଭୁବନେଶ୍ୱରର ଏକ ପାର୍କରେ ଆଜି ଦେଖିବାକୁ ମିଳିଛି ଅଜବ ଏବଂ ମଜାଳିଆ ଘଟଣା । ଯାହାକୁ ଦେଖି ଉପସ୍ଥିତ ସମସ୍ତ ଦର୍ଶକ ହସି ହସି ବେଦମ୍ ହୋଇ ଯାଇଛନ୍ତି । ଅନେକ ସମୟରେ ମାଙ୍କଡ ନାଚ ଦେଖି ଆପଣମାନେ ଖୁସି ହୋଇଥବେ । କିନ୍ତୁ ଏହି ପାର୍କରେ ମାଙ୍କଡର ଆଉ ଏକ ରୂପ ଦେଖାଯାଇଛି । ପାର୍କ ଭିତରେ ଯୋଗ କରୁଥିବା ବେଳେ ମାଙ୍କଡଟିଏ ପଶି ଆସି ଅଜବ ହରକତ୍ କରୁଥିବାର ଭିଡିଓ ଏବେ ଭାଇରାଲ ହେଉଛି ।

ବିଜୁ ପଟ୍ଟନାୟକ ପାର୍କରେ ଆଜି ସନ୍ଧ୍ୟା ସମୟରେ କିଛି ବ୍ୟକ୍ତି ଯୋଗ-ବ୍ୟାୟାମ କରୁଥିଲେ । ଏହି ସମୟରେ ହଠାତ୍ ପାର୍କ ଭିତରକୁ ଗୋଟିଏ ମାଙ୍କଡ ପଶି ଆସିଥିଲା । କିଛି ସମୟ ପାଇଁ ସେଠାରେ ମାଙ୍କଡକୁ ଦେଖି ଲୋକମାନେ ଡରି ଯାଇଥିଲେ । କିନ୍ତୁ ପରେ ମାଙ୍କଡ କାହାର କିଛି କ୍ଷତି କରିବା ବଦଳରେ ସମସ୍ତଙ୍କୁ ଏଣ୍ଟରଟେନ୍ କରିଛି । ଯୋଗ କରୁଥିବା ଲୋକମାନେ ମଧ୍ୟ ମାଙ୍କଡ ସହ ମିଶି ଖୁବ ମଜା କରୁଥିବା ଦେଖାଯାଇଛି । ମାଙ୍କଡଟି ଏଠାରେ ଥିବା ଲୋକମାନଙ୍କ କୋଳରେ ବସି ସେମାନଙ୍କ ସହ ଖେଳୁଥିବାର ଏକ ଭିଡିଓ ଭାଇରାଲ ହେଉଛି । ଏହାସହିତ ମାଙ୍କଡଟି ଜଣ ଜଣ କରି ସମସ୍ତଙ୍କ ମୁଣ୍ଡରେ ହାତ ମାରିଥିଲା । ଏହି ଘଟଣାକୁ ସେଠାରେ ଥିବା ସମସ୍ତ ବ୍ୟକ୍ତି ଉପଭୋଗ କରିଥିଲେ ।

ଏଠାରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ଏହି ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଇଣ୍ଟରନେଟରେ ମଧ୍ୟ ମାଙ୍କଡର ଏମିତି କାରନାମାକୁ ଦେଖି ଅନେକ ଲୋକ ମଜା ନେଉଛନ୍ତି । ତେବେ ଏହି ଭିଡିଓରୁ ଗୋଟିଏ ମାଙ୍କଡ ଏବଂ ମଣିଷଙ୍କ ଭିତରେ ଥିବା ସ୍ନେହ ଏବଂ ଭଲପାଇବା ସହ ବନ୍ଧୁତାକୁ ସମ୍ପୂର୍ଣ୍ଣ ବାରି ହୋଇପାରୁଛି ।

Get real time updates directly on you device, subscribe now.