ଉତ୍ତରପ୍ରଦେଶ: ଦଶ ବର୍ଷ ପୁରୁଣା ଘଟଣାର ପ୍ରତିଶୋଧ! ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଉତ୍ତର ପ୍ରଦେଶ ପୋଲିସ ଲକ୍ଷ୍ନୌର ଇନ୍ଦିରା ନଗରରେ ଜଣେ 22 ବର୍ଷୀୟ ନଡ଼ିଆ ପାଣି ବିକ୍ରେତାଙ୍କ ହତ୍ୟା ମାମଲାର ସମାଧାନ କରିଛି, ଯାହାଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା।
ପୋଲିସର ସୂଚନା ଅନୁସାରେ, ହତ୍ୟା ପଛର କାରଣ ରହିଛି 10 ବର୍ଷ ତଳର ପୁରୁଣା ଘଟଣା। ହତ୍ୟାକାଣ୍ଡଟି ଜୁନ୍ 22 ତାରିଖ ରାତିରେ ଘଟିଥିଲା, ଯେତେବେଳେ ମନୋଜ ରାତି ପ୍ରାୟ 9 ଟା ବେଳେ ଘରକୁ ଫେରୁଥିଲେ। ସେ ଶିବ ବିହାର କଲୋନି ଦେଇ ଯାଉଥିବା ସମୟରେ, କିଛି ଲୋକ ତାଙ୍କୁ ଲୁହା ରଡ୍ ସାହାଯ୍ୟରେ ଆକ୍ରମଣ କରିଥିଲେ।
ପ୍ରଥମେ ପୋଲିସ ପାଖରେ ଏହି ଘଟଣାକୁ ନେଇ କୌଣସି ସୁରାକ ନଥିଲା। ପରେ, ସିସିଟିଭି ଫୁଟେଜରେ ଜଣେ ବ୍ୟକ୍ତି “ଡେଭିଲ୍” ଶବ୍ଦ ଲେଖାଥିବା ଅରେଞ୍ଜ ରଙ୍ଗର ଟି-ସାର୍ଟ ପିନ୍ଧି ଘଟଣାସ୍ଥଳରୁ ପଳାଇ ଯାଉଥିବାର ଦୃଶ୍ୟ କଏଦ ହୋଇଥିଲା।
ତଦନ୍ତ ସମୟରେ, ପୋଲିସ ସୋସିଆଲ ମିଡିଆରେ ଏକ ଭିଡିଓରୁ ସମାନ ଟି-ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ ଦେଖିଲେ, ଯାହା ପୋଲିସକୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିଥିଲା।
ଡିସିପି ପୂର୍ବ ଶଶାଙ୍କ ସିଂହଙ୍କ ଅନୁଯାୟୀ, ପୋଲିସ ମୁଖ୍ୟ ଅଭିଯୁକ୍ତ ସୋନୁ କଶ୍ୟପ ଏବଂ ତାଙ୍କର ଚାରି ବନ୍ଧୁ – ସନି କଶ୍ୟପ, ରଞ୍ଜିତ କଶ୍ୟପ, ସଲାମୁ ଏବଂ ରେହମତ ଅଲି ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଛି।
ପଚରାଉଚରା ସମୟରେ ପୋଲିସ ପ୍ରକାଶ କରିଛି ଯେ, ଦଶ ବର୍ଷ ପରେ ଅଭିଯୁକ୍ତ ସୋନୁ ଜାଣିପାରିଲା ଯେ ମନୋଜ ସେହି ଅଞ୍ଚଳରେ ନଡ଼ିଆ ପାଣି ବିକ୍ରେତା ଭାବରେ କାମ କରୁଛି। ଯିଏ ତାଙ୍କ ମାଆଙ୍କୁ ବହୁ ବର୍ଷ ପୂର୍ବରୁ ଅନେକ ଅପମାନ ଦେଇଥିଲା। ଆଉ ସେହି ଅପମାନର ପ୍ରତିଶୋଧ ନେବା ପାଇଁ ସେ ତା ସାଙ୍ଗ ମାନଙ୍କ ସହ ମିଶି ଏପରି କରିଥିଲା।