fbpx

କରୋନା ଚମତ୍କାର ! ଦୁଇ ବୁନ୍ଦା ଆୟୁର୍ବେଦ ଔଷଧ ଆଖିରେ ପକାଇବା ପରେ ଚେଇଁ ଉଠିଲେ ଯୁବକ, ଦୈନିକ ହଜାର ହଜାର ରୋଗୀ ହସ୍ପିଟାଲ ଛାଡ଼ି ଧାଉଁଛନ୍ତି ଏହି ଔଷଧ ପାଇଁ

Advertisement

ହାଇଦ୍ରାବାଦ: ବର୍ତ୍ତମାନ ସମଗ୍ର ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ ଭ୍ୟାକ୍ସିନକୁ ନେଇ ଚର୍ଚ୍ଚା ଜୋର ରହିଛି । ବିଭିନ୍ନ ରାଜ୍ୟରେ ଟିକାକରଣରେ ଅନିୟମିତତା, ବେଡ୍ ସମସ୍ୟା ଓ ଅକ୍ସିଜେନର ଅଭାବ ଯୋଗୁଁ ଅନେକ ରୋଗୀ ମୃତ୍ୟୁବରଣ କରୁଛନ୍ତି । ତେବେ ଏହି ସମୟରେ ଆନ୍ଧ୍ରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମନାକୁ ଆସିଛି । ମୃତ୍ୟୁମୁଖରେ ପଡ଼ିଥିବା ଜଣେ କରୋନା ରୋଗୀଙ୍କ ଆଖିରେ ଦୁଇବୁନ୍ଦା ଆୟୁର୍ବେଦ ଔଷଧ ପକାଇବା ପରେ ସେ ଉଠି ବସିଥିବା ଦେଖାଦେଇଛି । ରୋଗୀ ଜଣକ ମୃତ୍ୟୁ ପୂର୍ବର ଯନ୍ତ୍ରଣାରେ କଲବଲ ହେଉଥିଲେ । ଔଷଧ ନେବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ମଣିଷ ପରି ଅନୁଭବ କରିଥିଲେ । ଏହି ଘଟଣା ପରେ ଉକ୍ତ ସ୍ଥାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ପୋଲିସ ଉପସ୍ଥିତ ରହିଥିଲେ ମଧ୍ୟ ଭିଡ଼କୁ ନିୟନ୍ତ୍ରଣ କରିବାରେ ଅସଫଳ ହୋଇଥିଲା । ହଜାର ହଜାର ରୋଗୀ ହସ୍ପିଟାଲ ଛାଡ଼ି ଆୟୁର୍ବେଦିକ ଔଷଧ ନେବାକୁ ଧାଉଁଥିବା ଦେଖାଯାଇଥିଲା ।

ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶରେ କୁର୍ନୁଲ ଜିଲ୍ଲା ଅନ୍ତର୍ଗତ କ୍ରିଷ୍ଣାପାଟନମ ଗ୍ରାମରେ ଏହି ଘଟଣା ଘଟିଛି । ଏହି ଗ୍ରାମର ବି. ଆନନ୍ଦାଇୟା ନାମକ ଜଣେ ଆୟୁର୍ବେଦିକ ଡାକ୍ତରଙ୍କ ଦ୍ୱାରା ପ୍ରସ୍ତୁତ କରୋନା ଔଷଧକୁ ନେଇ ସେଠାରେ ବହୁତ ଚର୍ଚ୍ଚା ହେଉଛି । ରାଜ୍ୟର କିଛି ବିଧାୟକ ମଧ୍ୟ ଏହି ଔଷଧକୁ ପ୍ରୋତ୍ସାହନ ଦେଇଥିବା ଜଣାପଡ଼ିଛି । ଦୈନିକ ୫୦ରୁ ୬୦ ହଜାର ଲୋକ କୋଭିଡ ନିୟମ ଉଲ୍ଲଂଘନ କରି ସେହି ଗ୍ରାମରେ ପହଞ୍ଚୁଛନ୍ତି । ସେହି ଔଷଧରେ କରୋନା ରୋଗ ଭଲ ହୋଇଯାଉଛି ବୋଲି ପ୍ରଚାର ହେବା ପରେ ଉକ୍ତ ଗ୍ରାମକୁ ଶହ ଶହ ଲୋକ ଔଷଧ ପାଇଁ ଧାଇଁଥିଲେ । ଜିଲ୍ଲାର ସମସ୍ତ କୋଭିଡ ହସ୍ପିଟାଲର ରୋଗୀମାନେ ଏହି ଗ୍ରାମକୁ ଔଷଧ ପାଇଁ ଧାଇଁଥିଲେ । ତେବେ ଶହ ଶହ ଲୋକଙ୍କ ସାମନାରେ ଜଣେ ରୋଗୀ ଏହି ଔଷଧ ଦ୍ୱାରା ଭଲ ହୋଇଥିବା କୁହାଯାଉଛି । ଫଳରେ ଏନେଇ ପ୍ରଚାର ହୋଇଯିବା ପରେ ଲୋକମାନେ କୋଭିଡ୍ ନିୟମକୁ ନ ମାନି ଭିଡ଼ ଜମାଇଥିବା ଦେଖାଯାଇଥିଲା ।

Get real time updates directly on you device, subscribe now.