fbpx

ବ୍ରିଟେନରେ ଦେଖାଦେଲା ଘୋର ଆର୍ଥିକ ସଙ୍କଟ , ଏହି ପରିସ୍ଥିତିରେ କି ପଦକ୍ଷେପ ନେବେ ଋଷି ସୁନକ..

ଲଣ୍ଡନ: ବ୍ରିଟେନର ଆର୍ଥିକ ପରିସ୍ଥିତି ଏବେ ଅଣାୟତ୍ତରେ । ତାହା ବର୍ତ୍ତମାନ ଅସୁରକ୍ଷିତ ଅବସ୍ଥାରେ ପହଁଚି ସାରିଲାଣି । ଏନେଇ ଆଗକୁ ଆସୁଥିବା ଦିନ ମାନଙ୍କରେ ଅର୍ଥବ୍ୟବସ୍ଥାର ଘୋର ମାନ୍ଦାବସ୍ଥା ଦେଖିବାକୁ ମିଳିବ । ତେଣୁ ବ୍ରିଟଶ ସରକାର ମନ୍ଦାବସ୍ଥା କବଳରୁ କିପରି ଖସିବେ ସେନେଇ ପ୍ରସ୍ତୁତି ଚଳାଇଛନ୍ତି । ଏହାଛଡା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏହି ପରିସ୍ଥିତିକୁ ସୁଧାରିବା ପାଇଁ ପଦକ୍ଷେପ ନେଉଛନ୍ତି । ସୁନକ ସରକାର ୫୫୦୦ କୋଟି ପାଉଣ୍ଡର ଫିସ୍କଲ ପ୍ଲାନ କରିଛନ୍ତି । ବ୍ରିଟେନର ଅର୍ଥମନ୍ତ୍ରୀ ଜେରିମ ହଣ୍ଟ ସରକାରଙ୍କ ଜରୁରୀକାଳୀନ ବଜେଟର କଥା ସାମ୍ନାକୁ ଆଣିଛନ୍ତି । ଯାହାଦ୍ୱାରା ଦର ବଢିବାରେ ଲାଗିଛି ଟିକସ ଉପରେ । ଏନର୍ଜି କମ୍ପାନୀ ଗୁଡିକ ଉପରେ ୱିଣ୍ଡଫଲ ଟ୍ୟାକ୍ସ ଲାଗାଯାଇ ୨୫ପ୍ରତିଶତରୁ ୩୫ପ୍ରତିଶତ କରାଯାଇଛି । ସେହିପରି ଇଲେକଟ୍ରୋନିକ ଜେନେରେଟର ଉପରେ ୪୫ପ୍ରତିଶତ ଅସ୍ଥାୟୀ ଟ୍ୟାକ୍ସ ଲଗାଯାଇଛି । ଏହା ମଧ୍ୟରେ ବାର୍ଷିକ ଏକ ଲକ୍ଷ ପଚିଶ ପାଉଣ୍ଡ ରୋଜଗାର କରିବା ଭଳି ଲୋକ ଆସିଯିବେ । ଏହାସହ ସୁନକ ସରକାର କହିଛନ୍ତିି ଯେ, ଇଲେକଟ୍ରିକ ଗାଡି ଉପରେ ୨୦୨୫ ପରଠାରୁ ଏକ୍ସସାଇଜ ଡ୍ୟୁଟି ଲାଗିବ ନାହିଁ ।

ରୁଷ ୟୁକ୍ରେନ ଯୁଦ୍ଧ
ଅର୍ଥମନ୍ତ୍ରୀ ଜେରେମ ହଣ୍ଟ କହିଛନ୍ତି ଯେ, ବ୍ରିଟେନରେ ସବୁ ଜିନିଷ ମହଙ୍ଗା ହେବା ଆଉ ନିୟନ୍ତ୍ରଣରେ ନାହିଁ,ସେଥିପାଇଁ ସରକାର ଏହିପରି ଟିକସ ଲଗାଇବାକୁ ବାଧ୍ୟ ହେଉଛନ୍ତି । ହେଲେ ଏହାକୁ ପ୍ରଭାବିତ କରିଛି ରୁଷ-ୟୁକ୍ରେନ ଯୁଦ୍ଧ । କାରଣ ଯୁଦ୍ଧ ପାଇଁ ଏନର୍ଜି ମୂଲ୍ୟ ବଢିବାରେ ଲାଗିଛି । ଏଥିପାଇଁ ବ୍ରିଟେନ ଅର୍ଥନୀତିରେ ସଙ୍କଟ ପରିସ୍ଥିତି ଦେଖିବାକୁ ମିଳିଛି । ରିପୋର୍ଟରେ କୁହାଯାଇଛି ଯେ, ୨୦୨୪ ମସିହା ପର୍ଯ୍ୟନ୍ତ ଅର୍ଥନୀତିରେ କୌଣସି ସୁଧାର ଆସିବ ନାହିଁ ବୋଲି ଅନୁମାନ କରାଯାଉଛି । ଅର୍ଥମନ୍ତ୍ରୀଙ୍କ ଏହିକଥାରେ ସମର୍ଥନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ ।

ରେକର୍ଡ କରିଛି ମହଙ୍ଗା ମାଡ
ଜେରିମ ହଣ୍ଟ କହିଛନ୍ତି ଯେ, ସାର ଦୁନିଆ ଏନର୍ଜି ଓ ମହଙ୍ଗା ସଙ୍କଟରେ ଅଛନ୍ତି । ହେଲେ ସ୍ଥିରତା, ବିକାଶ, ଓ ପବ୍ଲିକ ସର୍ଭିସର ପ୍ଲାନ ସହ ଆମେ ବିମୁଦ୍ରାକରଣର ସାମ୍ନା କରିପାରିବା । ବ୍ରିଟେନରେ ମହଙ୍ଗା ମାଡ କେବଳ ସରକାରଙ୍କୁ ନୁହେଁ ସାଧାରଣ ଜନତାଙ୍କ ଉପରେ ଅଧିକ ପ୍ରଭାବ ପକାଇବ । ଦେଖିବାକୁ ଗଲେ ବ୍ରିଟେନ ମହଙ୍ଗା କ୍ଷେତ୍ରରେ ୪୧ ବର୍ଷ ରେକର୍ଡକୁ କାଟି ୧୧.୧ରେ ପହଁଚିଛି । ୧୯୮୧ରୁ ଆଜି ପର୍ଯ୍ୟନ୍ତ ଏହା ସବୁଠାରୁ ଅଧିକ ମହଙ୍ଗା ଦର ଅଟେ ।

ବର୍ତ୍ତମାନ ଏହା ବ୍ରିଟିସ ପାଇଁ ସବୁଠାରୁ କଠିନ ସମୟ । କାରଣ ଯେବେଠାରୁ ଋଷି ସୁନକ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସେବେଠାରୁ ଲୋକେ ଅନେଇ ବସିଛନ୍ତି ଯେ, ମହଙ୍ଗାକୁ ନେଇ ସୁନକ କି ପଦକ୍ଷେପ ନେବେ । ହେଲେ ଅନ୍ୟପଟେ ଏହାର କୌଣସି ସମାଧାନର ରାସ୍ତା ଦେଖାଦେଉନାହିଁ । ହେଲେ ଲୋକେ ଆଶା ଋଷି ସୁନକଙ୍କ ଉପରେ, ଆର୍ଥିକ ସଙ୍କଟର କିପରି ସାମ୍ନା କରୁଛନ୍ତି ।

ଆର୍ଥିକ ସଙ୍କଟ କ’ଣ?
ଯଦି କେଉଁ ଦେଶରେ ଜିଡିପି ୬ମାସ ପର୍ଯ୍ୟନ୍ତ ଲଗାତାର କମିବାରେ ଲାଗିବ, ତେବେ ଦେଶରେ ଆର୍ଥିକ ସଙ୍କଟ ଦେଖାଯିବ । ଏହି ପରିସ୍ଥିତିରେ କମ୍ପାନୀ ଗୁଡିକ କମ ପଇସା ରୋଜଗାର କରିଥାନ୍ତି । ଏଥିପାଇଁ ଦେଶରେ ବେରୋଜଗାର ସଂଖ୍ୟା ବଢିଯାଇଥାଏ । ଏହାର ସମ୍ପୂର୍ଣ୍ଣ ଅର୍ଥ ହେଉଛି ଏହି ପରିସ୍ଥିତିକୁ ଠିକ କରିବା ପାଇଁ ସରକାର ଜନସାଧାରଣଙ୍କ ଠାରୁ ଟିକସ ଆଦାୟ କରିଥାନ୍ତି ।

Get real time updates directly on you device, subscribe now.