Breaking: ପୁଣି ସାରଥୀଙ୍କ ନାଁରେ ଥାନାରେ ଏତଲା, ହୋଇପାରନ୍ତି ଗିରଫ !

ପୁଣି ବାବା ସାରଥୀଙ୍କ ନାଁରେ ଥାନାରେ ଏତଲା। ଭୁବନେଶ୍ୱରର ଚନ୍ଦ୍ରଶେଖର ପୁର ଥାନାରେ ସାରଥୀଙ୍କ ନାଁରେ ଏକ ନୂଆ ଏତଲା ଦେଲେ ସମାଜସେବୀ।

ଭୁବନେଶ୍ୱର: ପୁଣି ବାବା ସାରଥୀଙ୍କ ନାଁରେ ଥାନାରେ ଏତଲା। ଗୋଟେ ମାମଲାରୁ ନ ବାହାରୁଣୁ ଆଉ ଏକ ମାମଲାରେ ଛନ୍ଦି ହେଲେଣି ସାରଥୀ ଏରଫ ସନ୍ତୋଷ ରାଉଳ। ଭୁବନେଶ୍ୱରର ଚନ୍ଦ୍ରଶେଖର ପୁର ଥାନାରେ ସାରଥୀଙ୍କ ନାଁରେ ଏକ ନୂଆ ଏତଲା ଦେଲେ ସମାଜସେବୀ।

ସାରଥୀଙ୍କ ଫଟୋରେ ତୁଳସୀ ଚଢାଇବାକୁ  ବିରୋଧ କରିବା ସହ ଜଗନ୍ନାଥଙ୍କ ସହ ସାରଥୀଙ୍କୁ ସମାନ କରୁଥିବା ନେଇ ତାଙ୍କ ନାଁରେ ଥାନାରେ ନୂଆ ଏତଲା ଦିଆଯାଇଛି। ପୁଣିଥରେ ସାରଥୀଙ୍କୁ ନେଇ ସୃଷ୍ଟି ହୋଇଛି ନୂଆ ବିବାଦ।

ପୁଣି ମାତିଲେଣି ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଅନୁଗାମୀ। ଭୁବନେଶ୍ୱର ଓ ଜୟପୁରରେ ସାରଥୀ ଅନୁଗାମୀଙ୍କ ପୂଜାର୍ଚ୍ଚନା। ଫଟୋରେ ସାରଥିଙ୍କୁ ବଡ଼ ଓ ଜଗନ୍ନାଥଙ୍କୁ ଛୋଟ ଦେଖାଇଲେ ଅନୁଗାମୀ। ସାରଥୀ ଓ ଜଗନ୍ନାଥ ଏକ ଏବଂ ଅଭିନ୍ନ କହିଲେ ଜୟପୁର ଅନୁଗାମୀ।

ସାରଥି ଅନୁଗାମୀଙ୍କ ଏଭଳି ଭକ୍ତିକୁ ନେଇ ଆରମ୍ଭ ହୋଇଛି ବିବାଦ। ଏଭଳି କାଣ୍ଡକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପରେ ଥାନାରେ ସାରଥୀଙ୍କ ନାଁରେ ଏତଲା ଦେଇଛନ୍ତି ସମାଜସେବୀ। ନିକଟରେ କେନ୍ଦ୍ରାପଡ଼ା ଯିବା ପାଇଁ ସାରଥୀଙ୍କୁ ଅନୁମତି ଦେଇଥିଲେ କୋର୍ଟ।

ହେଲେ କେନ୍ଦ୍ରାପଡାରେ ରାତ୍ରି ଯାପନ କରିପାରିବେନି କିମ୍ୱା କୌଣସି ମେଳି କରିପାରିବେନି ସିଧାସିଧା କଟକଣା ଲଗାଇଥିଲେ କୋର୍ଟ। ହେଲେ ସାରଥୀଙ୍କୁ କେନ୍ଦ୍ରାପଡା ଯିବାର ଅନୁମତି ମିଳିବାର ମାତ୍ର କିଛି ଦିନ ପରେ ତାଙ୍କର ଅନୁଗାମୀଙ୍କର ଏପରି କାଣ୍ଡ ସାମ୍ନାକୁ ଆସିଛି। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।