fbpx

ଟ୍ୱିଟରରେ ଏମିତି କ’ଣ ଅପଲୋଡ କଲେ ଏଲନ ମସ୍କ? ସୋସିଆଲ ମିଡିଆରେ ଭାଇରାଲ ହେଉଛି ପୋଷ୍ଟ

ନୂଆଦିଲ୍ଲୀ: ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ଏଲନ ମସ୍କ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ତାଙ୍କର ଅନେକ ପୋଷ୍ଟ ପ୍ରାୟ ସମୟରେ ଭାଇରାଲ ହୋଇଥାଏ । ନିକଟରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ଅଧିଗ୍ରହଣ ପୂରା କରିଥିଲେ । ଏବେ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଏଲନ ମସ୍କ । ସୋସିଆଲ ମିଡିଆରେ ତାଙ୍କର ଏକ ପୋଷ୍ଟକୁ ନେଇ ଏବେ ଖୁବ ଆଲୋଚନା ହେବାରେ ଲାଗିଛି । ଲକ୍ଷ ଲକ୍ଷ ଲୋକ ଏହି ପୋଷ୍ଟକୁ ପସନ୍ଦ କରିଛନ୍ତି ।

ଏହା ମଧ୍ୟରେ ଟେସଲାର ସିଇଓ ଏମିତି ଏକ ପୋଷ୍ଟ କରିଛନ୍ତି ଯାହା ଭାଇରାଲ ହେବା ସହ ଅନେକ ଲୋକ ପ୍ରତିକ୍ରିୟା ଦେଉଛନ୍ତି । ତେବେ ଜୀବନର ମହାନ ଖୁସିକୁ ନେଇ ପୋଷ୍ଟ କରିଛନ୍ତି ଏଲନ ମସ୍କ । ଟ୍ୱିଟ କରି ସେ କହିଛନ୍ତି ଯେ, ‘ତାଜା ବେକଡ ବ୍ରେଡ ଏବଂ ଜୀବନର ମହାନ ଖୁସି’ । ତାଙ୍କର ଏହି ଟ୍ୱିଟକୁ ଏବେ ପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି । ତେବେ ଅନେକ ୟୁଜର ଏହାକୁ ଲାଇକ କରିଥିବା ବେଳେ ୨୫ ହଜାରରୁ ଅଧିକ ଲୋକ ରିଟ୍ୱିଟ କରିଛନ୍ତି । ଗୁରୁବାର ୪୪ ଆରବ ଆମେରିକା ଡଲାରରେ ଟ୍ୱିଟରକୁ କିଣିଛନ୍ତି ଏଲନ ମସ୍କ । ଏହି ଡିଲ ଶେଷ ହେବା ମାତ୍ରେ ସେ ଟ୍ୱିଟ କରିଛନ୍ତି ଯେ, ପକ୍ଷୀ ସ୍ୱାଧୀନ ହୋଇଗଲା । ମସ୍କଙ୍କର ଏହି ଟ୍ବିଟ୍‌ ଏବେ ଟ୍ବିଟ୍‌ର୍‌ ରେ ଟ୍ରେଣ୍ଡ୍‌ କରିବାରେ ଲାଗିଛି। ଟ୍ବିଟର୍‌ରେ ଏବେ ହ୍ୟାସ୍‌ ଟ୍ୟାଗ୍‌ ରିମୁଭ୍‌ ଅଲ୍‌ ବ୍ଲୁ ଟିକ୍‌ ଟ୍ରେଣ୍ଡ୍‌ ହେଉଛି।

ବ୍ୟବହାରକାରୀମାନେ ଏହାକୁ ନେଇ ନିଜ ନିଜର ମତ ରଖୁଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଯାହାର ଫଲୋର୍ସ ୧୦୦ରୁ କମ୍‌ ତାଙ୍କୁ ବି ଏହି ନିଳ ଚଢ଼େଇ ମିଳିଯାଉଛି। ଯଦିଓ ସେ ଏହାର ଯୋଗ୍ୟ ନୁହଁନ୍ତି।’ ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘କେବଳ ଅସିଲି ଆକାଉଣ୍ଟକୁ ନିଳ ଚଢ଼େଇ ମିଳିବା ଉଚିତ, ନକଲିକୁ ନୁହେଁ।ଉଲ୍ଲେଖଯୋଗ୍ୟ, ନକଲି ଆକାଉଣ୍ଟ୍‌ ପ୍ରସଙ୍ଗକୁ ନେଇ ପରାଗଙ୍କ ସହ ମସ୍କଙ୍କ ମତଭେଦ ରହିଥିଲା। ଆଇଆଇଟି ବମ୍ବେ ଓ ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟରେ ପାଠ ପଢ଼ିଥିବା ପରାଗଙ୍କୁ ୨୦୨୧ ନଭେମ୍ବରରେ ଟ୍ବିଟରର ସିଇଓ ଭାବେ ନିଯୁକ୍ତ କରାଯାଇଛି।

Get real time updates directly on you device, subscribe now.