fbpx

ବକରୀ ଇଦ୍‌ରେ ଅତ୍ୟନ୍ତ ଲଜ୍ଜାଜନକ ଘଟଣା, ବଳି ପକାଇବାକୁ ଆଣିଥିବା ଛେଳି ଦେହରେ ହିନ୍ଦୁ ଧାର୍ମିକ ନାମ

Advertisement

ମୁମ୍ବାଇ: ବକରୀ ଇଦ୍‌ରେ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ମାଂସ ଦୋକାନରୁ ଅଣାଯାଇଥିବା ଛେଳି ଶରୀରରେ ରାମ ଲେଖାଯାଇଥିବା ମାମଲା ସାମ୍ନାକୁ ଆସିଛି । ପୋଲିସ ଏହି ମାମଲାରେ ୩ ଜଣଙ୍କ ବିରୁଦ୍ଧରେ ମୋକଦ୍ଦମା ରୁଜୁ କରିଛି । ଏହା ସହିତ ମାଂସ ଦୋକାନକୁ ସିଲ୍ କରିଦେଇଛି । ପୋଲିସକୁ ମିଳିଥିବା ଅଭିଯୋଗ ଅନୁଯାୟୀ ଏହି ଛେଳିକୁ ବି ନିର୍ଯ୍ୟାତନା ଦିଆଯାଇଥିବା ଜଣାଯାଇଛି ।

ମୁମ୍ବାଇର ଜଣେ ଅଧିକାରୀ କହିଛନ୍ତି ନାଭି ମୁମ୍ବାଇ ପୋଲିସ ଏକ ମାଂସ ଦୋକାନକୁ ସିଲ୍ କରି ଦେଇଛନ୍ତି । ଅଭିଯୋଗ ଆସିଛି କି ସେଠାରେ ବଳି ପକାଇବାକୁ ଅଣାଯାଇଥିବା ଛେଳି ଦେହରେ ହିନ୍ଦୁ ଧାର୍ମିକ ନାମ ଲେଖାଯାଇଥିଲା । ଏବେ ଛେଳିର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ପୋଲିସ ଦୋକାନ ସିଲ୍ କରିବା ସହିତ ମାଲିକ ସହିତ ୩ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ।

ମିଳିଥିବା ସୂଚନାରୁ ଜଣାପଡିଛି ମୋଟ ୨୨ଟି ଛେଳି ବଳି ପକାଇବାକୁ ଦୋକାନୀ ଆଣିଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ ଗୋଟିଏ ଛେଳି ଦେହରେ ହିନ୍ଦୁ ଧାର୍ମିକ ନାମ ଲେଖାଯାଇଥିଲା । ଅଭିଯୁକ୍ତମାନେ ଏହି ଛେଳିକୁ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ବି ହୋଇଛି । ପୋଲିସ ଧାର୍ମିକ ଭାବନାକୁ ଆହତ ପହଞ୍ଚାଇଥିବା ଲାଗି ଆଇପିସି ଧାରା ୨୯୫ (ଏ) ସହିତ ଧାରା ୩୪(ପଶୁ କ୍ରୁରତା ନିବାରଣ) ଅଧିନିୟମ ଜରିଆରେ ମାମଲା ରୁଜୁ କରିଛି ।

Get real time updates directly on you device, subscribe now.