fbpx

ବିୟର ପିଉଥିବା ଲୋକଙ୍କ ପାଇଁ ବହୁତ ଖାସ୍ ଦିନ, ସରକାର ବି କହନ୍ତି ‘ପିଅ’

Advertisement

ଓଡିଶା ଭାସ୍କର: ସାରା ବିଶ୍ୱରେ ଭିନ୍ନ ଭିନ୍ନ ବ୍ରାଣ୍ଡର ମଦ ପିଉଥିବା ଅନେକ ଅଭିନ୍ନ ମଣିଷ ଅଛନ୍ତି । କିଏ ହ୍ୱିସ୍କି ପସନ୍ଦ କରେ ତ ପୁଣି କିଏ ରମ୍‌, ଆଉ କେତେ ଲୋକ ୱାଇନ ପିଅନ୍ତି ତ ଆଉ କେତେକ ଲୋକ ବିୟର । ମାତ୍ର ବିୟର ପିଉଥିବା ଲୋକ ବେଶୀ ଦେଖିବାକୁ ମିଳନ୍ତି । ଆଜି, ମାନେ ଜୁଲାଇ ୩ ତାରିଖକୁ ରାଷ୍ଟ୍ରୀୟ ସ୍ୱତନ୍ତ୍ର ବିୟର ରନ ଦିବସ ରୂପେ ପାଳନ କରାଯାଏ । ତେବେ କାହିଁକି ଏ ଦିବସ ମନାଯାଏ ଜାଣିବା ।

ଏହି ଦିବସ ସ୍ୱତନ୍ତ୍ର ଶିଳ୍ପ ବିୟରକୁ ପ୍ରୋତ୍ସାହିତ କରିବା ପାଇଁ ପାଳନ କରାଯାଏ । ତାହାସହ ପ୍ରମୁଖ ବିୟର ନିଗମଗୁଡିକରେ କାମ କରୁଥିବା ବ୍ରୁଅର୍ସଙ୍କ ସୁରକ୍ଷା ନିମନ୍ତେ ଏହି ଦିବସ ଉତ୍ସର୍ଗିକୃତ । କହିରଖୁ, ବିଗତ କେତେ ଦଶନ୍ଧିରୁ ଆମେରିକାରେ ବିୟର ଉଦ୍ୟୋଗ ତୀବ୍ର ଗତିରେ ବଢି ଚାଲିଛି । ଆମେରିକାରେ ମଦ ତିଆରି କରୁଥିବା କମ୍ପାନୀ ଉଚ୍ଚତମସ୍ତରକୁ ଯାଇସାରିଛି । ଏହାବାଦ ଛୋଟ ଛୋଟ ମଦ ତିଆରି କମ୍ପାନୀ ବିୟର ଉଦ୍ୟୋଗରେ ନବାଚାର ଓ ରଚନାତ୍ମକତା ପାଇଁ ସର୍ବଦା ଅଗ୍ରସର ହେଉଛନ୍ତି । ଏମାନେ ବିୟରର ଭବିଷ୍ୟତକୁ ଆକାର ଦେବା ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଆନ୍ତି । ଏହି ଦିବସର ଇତିହାସ ୧୯୮୦ ମସିହା ସହ ଜଡିତ । କେବଳ ଆମେରିକାରେ ୪୨ ଟି ସ୍ୱତନ୍ତ୍ର ବିୟର ବନାଉଥିବା କମ୍ପାନୀ ଅଛନ୍ତି । ବର୍ତ୍ତମାନ ସମୟରେ ବୈଶ୍ୱିକସ୍ତରରେ କ୍ରାଫ୍ଟ ବ୍ରୁଇଂ ଏକ ଆନ୍ଦୋଳନ ଭାବରେ ଉଭା ହୋଇଛି ।

ନ୍ୟାଶନାଲ ଇଣ୍ଡିପେଣ୍ଡେଣ୍ଟ ବିୟର ରନ ଡେ ଏକ ଅନଔପଚାରିକ ଅବକାଶ ଅଟେ । ଏହା ବିୟରପ୍ରେମୀଙ୍କୁ ସ୍ଥାନୀୟ ବ୍ରୁବରିଜଙ୍କୁ ସମର୍ଥନ ଓ ପ୍ରୋତ୍ସାହିତ କରିବା ପାଇଁ ଏକ ମାଧ୍ୟମ ଭାବରେ କାର୍ଯ୍ୟ କରେ । ଏହି ଦିବସ ନୂଆ ବିୟରର ଅନୁସନ୍ଧାନ ଓ କ୍ରାଫ୍ଟ ବିୟର ଉଦ୍ୟୋଗ ବିଷୟରେ ଜ୍ଞାନ ଆହରଣ କରିବାର ଏକ ବଳିଷ୍ଠ ତରିକା ଅଟେ । ବିୟରପ୍ରେମୀ ଏହି ଦିନ ଉତ୍ସାହିତ ହୋଇ ବିୟର ପିଇ ଖୁସି ମନାନ୍ତି । ତାହାସହ ଭିନ୍ନ ଭିନ୍ନ ବ୍ରାଣ୍ଡର ବିୟରର ସ୍ୱାଦରେ ସେମାନେ ଆପ୍ପାୟିତ ହୁଅନ୍ତି । ସେମାନେ ନିଜ ସାଙ୍ଗ ଓ ବନ୍ଧୁ ପରିଜନଙ୍କ ସହ ମିଶି ଡ୍ରିଙ୍କସ କରନ୍ତି ଓ ଖୁସିରେ ଏ ଦିବସକୁ ସାର୍ଥକ କରନ୍ତି ।

Get real time updates directly on you device, subscribe now.