fbpx

(Video) ୧୩ ମହଲାରୁ ତଳେ ପଡିଗଲା ଏହି ଯୁବତୀ, ହେଲାନି ଗୋଟିଏ ବି ଫ୍ୟାକଚର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ରୁଷର ନୋବେସିବିର୍ସ୍କରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୨୨ ବର୍ଷୀୟ ସାଇବେରିଆ ଯୁବତୀ ୧୩ ମହଲାର ଝରକାରୁ ତଳେ ପଡିଗଲେ, ହେଲେ ତାଙ୍କର କିଛି ହୋଇନାହିଁ । ସେ ବହୁତ ଭାଗ୍ୟଶାଳୀ ଥିଲେ ଏବଂ ନିଜେ ଆପେ ଆପେ ଉଠିବାରେ ସଫଳ ହୋଇଛନ୍ତି । ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଡାକ୍ତର ମଧ୍ୟ ବିଶ୍ୱାସ କରିପାରୁନାହାନ୍ତି । କୁହାଯାଉଛି ଯେ, ଏହି ଦୁର୍ଘଟଣା ୧୮ ଜୁଲାଇ ଏବିଏଶନ ଷ୍ଟ୍ରୀଟ ଉପରେ ହୋଇଥିଲା । ମହିଳା ଜଣକ ୧୩ତମ ଫ୍ଲୋରରୁ ତଳେ ଥିବା ବିଲ୍ଡିଂର ଘାସ ଗାଲିଚାରେ ଖସିପଡିଥିଲେ ।

ଯୁବତୀ ଜଣକ ପଡିଯିବାର କିଛି ସମୟପରେ ସେ ନିଜେ ଉଠି ବସିଛନ୍ତି । ଏହି ୨୨ ବର୍ଷୀୟ ମହିଳାଙ୍କ ଫୁସଫୁସ ଜୋରରେ ମାଡ ହୋଇଯାଇଛି । ଏହା ବ୍ୟତୀତ ଶରୀରରେ କୌଣସି ଆଘାତ ଲାଗିନାହିଁ । ଅନେକ ଘଟଣାରେ ଅନେକ ଫ୍ୟାକଚର ହୋଇଯାଏ ଏବଂ ତୁରନ୍ତ ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ରହିଥାଏ. କିଛି ଲୋକେ ବହୁତ ଭାଗ୍ୟଶାଳୀ ଏବଂ ଭୟଙ୍କର ଦୁର୍ଘଟଣାରୁ ବଞ୍ଚିଯାଆନ୍ତି । ଡାକ୍ତରଙ୍କ କହିବା ମୁତାବକ, ଉଚ୍ଚତାରୁ ପଡିବା ମଦ ପିଇ ନିଶାରେ ରହିଥିବା ଲୋକେ ଏବଂ ଶିଶୁ ହିଁ ସହିପାରିବେ, କାରଣ ଖସିବା ସମୟରେ ତାଙ୍କ ଶରୀର ସାଧାରଣତଃ ଚାପଗ୍ରସ୍ତ ହୋଇନଥାଏ ।

Get real time updates directly on you device, subscribe now.