fbpx

Video: ବାଇକ ଚାଳକ ରାସ୍ତା ମଝିରେ କଲେ ଖରାପ ବ୍ୟବହାର! ଚଳନ୍ତା ଗାଡିରୁ ଡେଇଁ ପଡିଲେ ମହିଳା, ଭିଡିଓ ଭାଇରାଲ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ରାପିଡୋ ଡ୍ରାଇଭର ଚଳନ୍ତା ମୋଟରସାଇକେଲରେ ଜଣେ ମହିଳାଙ୍କୁ ସ୍ପର୍ଶ କରିବାକୁ ଚେଷ୍ଟା କରିଥିବା ଏବଂ ତାଙ୍କ ଫୋନ୍ ଛଡ଼େଇ ନେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ମହିଳା ଚଳନ୍ତା ମୋଟରସାଇକେଲରୁ ଡେଇଁପଡିଥିବା ଭିଡିଓ ଭାଇରାଲ ହେବାକୁ ଲାଗିଛି।

ସୂଚନା ଅନୁଯାୟୀ, ଏପ୍ରିଲ୍ ୨୧ ତାରିଖରେ ମହିଳା ଇନ୍ଦିରାନଗର ପାଇଁ ଏକ ବାଇକ୍ ବୁକ୍ କରିଥିଲେ। ପରେ ଡ୍ରାଇଭର ଆସିବା ପରେ ସେହି ମହିଳା ଜଣକ ତାଙ୍କ ବାଇକ ପଛପଟେ ବସି କିଛି ବାଟ ଆଗକୁ ଆସିଥିଲେ। ଏହି ସମୟରେ ଡ୍ରାଇଭର ଜଣକ ଓଟିପି ଯାଞ୍ଚ କରିବା ବାହାନା କରି ଭୁଲ ଦିଗରେ ଗାଡି ଚଳାଇବା ଆରମ୍ଭ କରିଥିଲା। ସେହି ସମୟରେ ମହିଳା ଜଣକ ନିଜକୁ ଡ୍ରାଇଭର କବଳରୁ ରକ୍ଷା କରିବା ପାଇଁ ଗାଡି ଚାଲୁଥିବା ଅବସ୍ଥାରେ ଡେଇଁ ପଡିଛନ୍ତି।

ଏହାର ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି, ଯାହା ବର୍ତ୍ତମାନ ଭାଇରଲ ହେବାରେ ଲାଗିଛି, ଭିଡିଓରେ ଦେଖା ଯାଉଛି ଯେ, ବାଇକ ଚାଳକ ଜୋରରେ ଗାଡି ଚଳାଉଥିବା ବେଳେ ମହିଳା ଜଣକ ହଠାତ ବାଇକରୁ ଡିଆଁ ମାରୁଛନ୍ତି। ପରେ ବାଇକ ଚାଳକ ବାଇକ ସ୍ଲୋ କରିଛନ୍ତି। ଭାଗ୍ୟ ବଶତଃ ମହିଳା ଜଣକଙ୍କର କିଛି ହୋଇନଥିବା ବେଳେ ସେ ଭୂମିରେ ପଡିବ ପରେ ଖୁବ ଜୋରରେ ଚାଲିଚାଲି ପଳାଉଛନ୍ତି। ବର୍ତ୍ତମାନ ପୋଲିସ ଅଭିଯୁକ୍ତ ସନ୍ଧାନ ନେବା ପରେ ଡ୍ରାଇଭର ଦୀପକଙ୍କୁ ଗିରଫ କରି ନ୍ୟାୟିକ ହେପାଜତକୁ ପଠାଇଛି।

Get real time updates directly on you device, subscribe now.