fbpx

ସାପ ସହ ଖେଳିବା ପଡିଲା ମହଙ୍ଗା ! ଭାଇରାଲ ହେବା ଚକ୍କରରେ ଚାଲିଗଲା ଜୀବନ, ଦେଖନ୍ତୁ Video

ନୂଆଦିଲ୍ଲୀ: ସାପ ସହ ଖେଳିବା ପଡିଲା ମହଙ୍ଗା। ଚାଲିଗଲା ୨୦ବର୍ଷୀୟ ଯୁବକଙ୍କ ଜୀବନ । ଏହି ଘଟଣା ତେଲେଙ୍ଗାନାର କାମାରେଡି ଜିଲ୍ଲାରେ ଘଟିଛି ଏବଂ ବ୍ୟକ୍ତି ଜଣକ ଶିବରାଜ ବୋଲି ସାମ୍ନାକୁ ଆସିଛି । ସୂଚନା ମିଳିଛି ଯେ, ଶିବରାଜ କୋବ୍ରାର ମୁଣ୍ଡକୁ ନିଜ ପାଟିରେ ଭର୍ତ୍ତି କରି ଭିଡିଓ କରୁଥିଲେ । ଭିଡିଓ ସୁଟ କରିବା ସମୟରେ କୋବ୍ରା ତାଙ୍କୁ କାମୁଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

କୁହାଯାଉଛି ଯେ, ଉଭୟ ଶିବରାଜ ଓ ତାଙ୍କ ବାପା ସାପ ଉଦ୍ଧାର କରି ଜଙ୍ଗଲରେ ଛାଡିବା କାମ କରନ୍ତି । ଘଟଣା ଦିନ କୋବ୍ରାକୁ ଉଦ୍ଧାର କରିବା ପରେ ଶିବରାଜଙ୍କ ବାପା ତାଙ୍କୁ ଏକ ଭିଡିଓ ରେକର୍ଡ କରିବାକୁ କହିଥିଲେ । ଏହା ଶୁଣି ଶିବରାଜ ପାଟିରେ କୋବ୍ରାର ମୁଣ୍ଡକୁ କାମୁଡି ଭିଡିଓ କରିଥିଲେ, ଯେଉଁ ଭିଡିଓ ଏବେ ଭାଇରାଲ ହେଉଛି । ଏହି ଭିଡିଓ ରେକର୍ଡ କରିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଭିଡିଓ ଭାଇରାଲ ହେବା ପରେ ଲୋକେ ମୃତ ଯୁବକ ଓ ତାଙ୍କ ବାପାଙ୍କୁ ଟ୍ରୋଲ କରୁଛନ୍ତି ।

Get real time updates directly on you device, subscribe now.