fbpx

ରଣବୀର କପୁରଙ୍କ ପୂର୍ବରୁ ପରିବାରର ଏହି ସଦସ୍ୟ କରିବେ ବିବାହ! କନ୍ୟା ସାଜିବେ ଏହି ବଲିଉଡ୍ ଅଭିନେତ୍ରୀ

ନୂଆଦିଲ୍ଲୀ: ଲଭବାର୍ଡସ୍ ଆଲିୟା ଭଟ୍ଟ ଓ ରଣବୀର କପୁରଙ୍କ ବିବାହ ଏବେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି । ରଣବୀର ଓ ଆଲିୟା, ଦୁହେଁ ଆସନ୍ତା ବର୍ଷ ଏପ୍ରିଲ୍ ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ହେଲେ ସେମାନଙ୍କ ବିବାହ ପୂର୍ବରୁ ପରିବାରର ଅନ୍ୟଜଣେ ସଦସ୍ୟଙ୍କ ବିବାହ ହେବାକୁ ଯାଉଛି । ତେବେ ରଣବୀରଙ୍କ ପୂର୍ବରୁ ତାଙ୍କ କଜିନ୍ ଆଦର ଜୈନଙ୍କ ଶାହାନାଇ ବାଜିବ ବୋଲି ମିଡିଆ ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟ ଅନୁସାରେ, ଆଦର ଜୈନ ତାଙ୍କ ଗର୍ଲଫ୍ରେଣ୍ଡ୍ ତାରା ସୁତାରିୟାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଦୁହିଁଙ୍କ ମଧ୍ୟରେ ଅନେକ ଦିନରୁ ପ୍ରେମ ସମ୍ବନ୍ଧ ରହିଥିଲା ।

ବଲିଉଡ୍ ରିପୋର୍ଟ ଅନୁସାରେ, ରଣବୀର ଓ ଆଲିୟା ଆସନ୍ତା ବର୍ଷ ମେ-ଜୁନ୍ ମାସରେ ବିବାହ କରିବାକୁ ଯାଉଛନ୍ତି । ଏବେ ତାଙ୍କ ବିବାହ ପୂର୍ବରୁ ଆଦର ଓ ତାରା, ଆସନ୍ତା ବର୍ଷ ଆରମ୍ଭରୁ ବିବାହ କରିବେ । ସୁତ୍ର ଅନୁସାରେ, ଆଦର ଓ ତାରା ଗୋଆରେ ନିଜର ରୋମାଣ୍ଟିକ୍ ଭେକେସନ୍ ସମୟରେ ସେମାନଙ୍କ ସମ୍ପର୍କରେ ଅଫିସିଆଲ୍ ମୋହର୍ ଲଗାଇବା ନେଇ ନିଷ୍ପତ୍ତି ନେଇଛନ୍ତି । ସେମାନେ ଦୁହେଁ ଅର୍ଲି ୱେଡିଂର ପ୍ଲାନ୍ କରିଛନ୍ତି ଓ ଆଲିୟା-ରଣବୀରଙ୍କ ପୂର୍ବରୁ ହିଁ ସେମାନଙ୍କ ବିବାହ ହେବାକୁ ଯାଉଛି ।

ଆଦର ଓ ତାରା ଅନେକ ଦିନରୁ ଦୁହେଁ ଦୁହିଁଙ୍କୁ ଡେଟ୍ କରି ଆସୁଥିଲେ । ତାରାଙ୍କୁ ଅନେକ ଥର ଆଦରଙ୍କ ଫ୍ୟାମିଲି ଫଙ୍କସନ୍ ରେ ସ୍ପଟ୍ ମଧ୍ୟ କରାଯାଇଛି । ଦୁହିଁଙ୍କ ସମ୍ପର୍କକୁ ନେଇ ପରିବାର ସଦସ୍ୟ ସମ୍ମତି ପ୍ରକାଶ କରିଛନ୍ତି । ଆଦର ହେଉଛନ୍ତି ରଣବୀର କପୁରଙ୍କୁ କଜିନ୍ । ୨୦୧୭ ମସିହାରେ ଆଦର ବଲିଉଡ୍ ରେ ଡେବ୍ୟୁ କରିଥିଲେ ।

ଅନ୍ୟପଟେ ତାରା ସୁତାରିୟା ବଲିଉଡ୍ ରେ ଜଣେ ନବାଗତା ଅଭିନେତ୍ରୀ । ସେ ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍ ୨ ରେ ବଲିଉଡ୍ ରେ ଡେବ୍ୟୁ କରିଥିଲେ ତାରା । ଏହା ପରେ ମରଜାୱା ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା । ମରଜାୱାରେ ତାଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରାଯାଇଥିଲା । ଦର୍ଶନ ମାନେ ମଧ୍ୟ ତାଙ୍କୁ ଖୁବ୍ ପସନ୍ଦ କରିଥିଲେ ।

ତାରାଙ୍କ ଆଗାମୀ ଫିଲ୍ମ ଗୁଡ଼ିକରେ ରହିଛି ତଡ଼ପ୍, ଏକ ଭିଲେନ୍ ରିଟର୍ଣ୍ଣସ୍ ଓ ହିରୋପନ୍ତୀ୨ । ତଡ଼ପ ଫିଲ୍ମରେ ସୁନୀଲ୍ ସେଟ୍ଟୀଙ୍କ ପୁଅ ଅହାନ୍ ସେଟ୍ଟୀଙ୍କ ଅପୋଜିଟ୍ ରେ ତାରା ନଜର ଆସିବେ । ଫିଲ୍ମର ଟେର୍ର୍ ରିଲିଜ୍ ହୋଇଯାଇଛି । ଖୁବ୍ ଶୀଘ୍ର ଏହା ପରଦା ଉପରକୁ ଆସିବ ।

Get real time updates directly on you device, subscribe now.