ଆଧାରକାର୍ଡକୁ ନେଇ ଜରୁରୀ ସୂଚନା! ଆଡଭାଇଜରୀ ପ୍ରତ୍ୟାହାର କଲେ ସରକାର, ଜାଣନ୍ତୁ କାହିଁକି ନେବାକୁ ପଡିଲା ଏହି ନିଷ୍ପତ୍ତି?
ନୂଆଦିଲ୍ଲୀ: ଆଧାରକାର୍ଡକୁ ନେଇ ଜାରି ହୋଇଥିବା ଆଡଭାଇଜରୀକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି । ବ୍ୟାଙ୍କ ହେଉ ବା ହୋଟେଲ ସବୁଠି ଆଧାର କାର୍ଡର ବ୍ୟବହାର ବାଧ୍ୟତାମୂଳକ ହୋଇଛି । ହେଲେ ନିକଟରେ ଆଧାର କାର୍ଡ ସୁରକ୍ଷା ନେଇ ନିଜେ ପ୍ରଶ୍ନ ଉଠାଇଛନ୍ତି ସରକାର । ସରକାରଙ୍କ ଆଇଟି ମନ୍ତ୍ରଣାଳୟ ନିକଟରେ ଏକ ଆଡଭାଇଜରୀ ପ୍ରକାଶ କରିଥିଲେ । ଏଥିରେ କହିଥିଲେ ଯେ ଆଧାରକୁ କେହି ଭୁଲ ଭାବେ ଲଗାଇ ପାରିବାର ଆଶଙ୍କା ଥିବାରୁ ଆଧାରର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲେ ।
ଏକ ନୂଆ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଆଧାରର ଅପବ୍ୟବହାର ରୋକିବା ପାଇଁ ଲୋକଙ୍କୁ ସଚେତନ କରିବା ଲାଗି ମେ ୨୭ରେ ଏକ ଆଡଭାଇଜରୀ ଜାରି କରାଯାଇଥିଲା । ଏଥିରେ ଯେକୌଣସି ସଂସ୍ଥାକୁ ଆଧାର କାର୍ଡର ଫଟୋକପି ନ ଦେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା । ତେବେ ଏହି ଆଡଭାଇଜରୀର ଭୁଲ ବ୍ୟାଖ୍ୟା କରାଯିବାର ସମ୍ଭାବନା ଦୃଷ୍ଟିରୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରି ନିଆଯାଇଥିବା ସରକାର କହିଛନ୍ତି। ଆଧାର ନମ୍ବର ସେୟାର କଲାବେଳେ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି | ଆଧାର ଧାରକଙ୍କ ପରିଚୟ ଏବଂ ଗୋପନୀୟତା ରକ୍ଷା କରିବା ପାଇଁ UIDAI ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଛି ବୋଲି ମନ୍ତ୍ରଣାଳୟ ଦାବି କରିଛି।
ପୂର୍ବ ପ୍ରେସରିଲିଜରେରେ ନାଗରିକମାନଙ୍କୁ ଏକ ମାସ୍କେଡ୍ ଆଧାର ବ୍ୟବହାର କରିବାକୁ କୁହାଯାଇଛି, ଯାହାକି ଆଧାର ନମ୍ବରର ଶେଷ ଚାରଟି ଅଙ୍କ ଦେଖାଯିବ। UIDAIର ଅଫିସିଆଲ୍ ୱେବସାଇଟ୍ https://myaadhaar.uidai.gov.inରୁ ତାହା ସହଜରେ ଡାଉନଲୋଡ୍ ହୋଇପାରିବ। ଯେକୌଣସି ଆଧାର ନମ୍ବରକୁ https://myaadhaar.uidai.gov.in/verifyAadhaar ରେ ଯାଞ୍ଚ କରାଯାଇପାରିବ। ନାଗରିକମାନେ ସେମାନଙ୍କର ଇ-ଆଧାର ଡାଉନଲୋଡ୍ କରିବା ପାଇଁ ଇଣ୍ଟରନେଟ୍ କାଫେ କିମ୍ବା କିଓସ୍କରେ ସର୍ବସାଧାରଣ କମ୍ପ୍ୟୁଟର ବ୍ୟବହାର ନକରିବାକୁ ମଧ୍ୟ ପରାମର୍ଶ ଦେଇଛି। ଯଦିଓ ସେପରି କିଛି ଘଟେ ତେବେ, ଇ-ଆଧାରର ସମସ୍ତ ଡାଉନଲୋଡ୍ ହୋଇଥିବା କପିଗୁଡ଼ିକୁ ସେହି କମ୍ପ୍ୟୁଟରରୁ ଡିଲିଟ କରିବାକୁ ନିଶ୍ଚିତ କରିବେ। ଶୁକ୍ରବାର ରିଲିଜ ହୋଇଥିବା ଆଡଭାଇଜରୀକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।