fbpx

ତୃତୀୟ ବିବାହ କରିବାକୁ ଯାଉଛନ୍ତି ଅମୀର ଖାନ୍, ଏହି ଅଭିନେତ୍ରୀ ହେବେ କନିଆ!

ମୁମ୍ବାଇ: ବଲିଉଡରେ ଚାଲିଛି ବିବାହ ଋତୁ । ଜଣଙ୍କ ପରେ ଜଣେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଏହି ତାଲିକାରେ ରାଜକୁମାର ରାଓ ଓ ପତ୍ରଲେଖା ସାମିଲ ଅଛନ୍ତି, ଯେଉଁମାନେ ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି । ଅନ୍ୟପଟେ କ୍ୟାଟ୍ରିନା କୈଫ୍ ଓ ବିକି କୌଶଲଙ୍କ ବିବାହ ଉପରେ ସମସ୍ତଙ୍କ ନଜର ରଖିଛି । ଅନ୍ୟପଟେ ଖବର ଆସୁଛି କି, ବଲିଉଡ ଅଭିନେତା ଅମୀର ଖାନ୍ ତୃତୀୟ ବିବାହ କରିବାକୁ ଯାଉଛନ୍ତି । ନିକଟରେ ଅମୀର ଖାନ୍ ତାଙ୍କ ଦ୍ୱତୀୟ ପତ୍ନୀ କିରଣ ରାଓଙ୍କଠାରୁ ଛାଡପତ୍ର ନେଇଥିଲେ ।

ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କି, ଅମୀର ଖାନ୍ ତୃତୀୟ ବିବାହ କରିବାକୁ ଯାଉଛନ୍ତି । ନିଜର କୋ-ଷ୍ଟାରକୁ ଅମୀର ବିବାହ କରିବାକୁ ଯାଉଥିବା ଜଣାପଡିଛି । କୁହାଯାଉଛି ଯେ, ଅମୀର ନିଜର ଆଗାମୀ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ର ରିଲିଜ୍ ପରେ ବିବାହର ଘୋଷଣା କରିବେ । ଏହି ଫିଲ୍ମ ଆସନ୍ତା ବର୍ଷ ଏପ୍ରିଲରେ ମୁକ୍ତଲାଭ କରିବ ଓ ଏହି କାରଣରୁ କୁହାଯାଉଛି ଯେ, ଅମୀର ଆସନ୍ତା ବର୍ଷ ଫ୍ୟାନ୍ସମାନଙ୍କୁ ନିଜ ବାହାଘରର ସୂଚନା ଦେଇପାରନ୍ତି ।

କେବଳ ଏତିକି ନୁହେଁ, ବରଂ ସାମ୍ନାକୁ ଆସିଥିବା ଖବର ମୁତାବକ ଅମୀର ନିଜର ଜଣେ କୋ-ଷ୍ଟାରଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବେ । ସେହି କୋ-ଷ୍ଟାର ଜଣକ ଆଉ କେହି ନୁହଁନ୍ତି, ବରଂ ଅଭିନେତ୍ରୀ ଫାତିମା ସନା ଶେଖ, ଯେ କି ଅମୀରଙ୍କ ଛାଡ଼ପତ୍ର ପରେ ଟ୍ରୋଲର ଶିକାର ହୋଇଥିଲେ । ତେବେ ଅମୀର ଖାନଙ୍କ ସହିତ ଫାତିମା ଫିଲ୍ମ ‘ଦଙ୍ଗଲ’ ଓ ଥଗ୍ସ ଅଫ୍ ହିନ୍ଦୁସ୍ତାନ’ରେ ନଜର ଆସିଥିଲେ । ସେତେବେଳେ ଏକ ଗୁଜବ ଉଠିଥିଲା ଯେ ଅମୀର ଖାନ ଓ ଫାତିମା ରିଲେସନସିପରେ ଅଛନ୍ତି, କିନ୍ତୁ ଫାତିମା ସିଧାସଳଖ ମନା କରିଥିଲେ ।

Get real time updates directly on you device, subscribe now.