fbpx

ନିର୍ବନ୍ଧ ବନ୍ଧନରେ ବାନ୍ଧିହେଲେ ଅମୀର ଖାନଙ୍କ ଝିଅ ଆୟରା ଖାନ: ଖୁବଶୀଘ୍ର ହେବ ବିବାହ

ନୂଆଦିଲ୍ଲୀ: ଅମିର ଖାନଙ୍କ ଝିିଅ ଆୟରା ଖାନ ତାଙ୍କ ପ୍ରେମିକ ନୁପୁର ଶିଖରେଙ୍କ ସହ ମୁମ୍ବାଇରେ ନିର୍ବନ୍ଧ କରିଛନ୍ତି । ଏହି ଅବସରରେ ଏକ ବିଶାଳ ନିର୍ବନ୍ଧ ସମାରୋହର ଆୟୋଜନ କରାଯାଇଛି । ଏହି ସମାରୋହରେ ଆୟରା ଖାନ ଲାଲ୍ ଗାଉନରେ ବହୁତ ସୁନ୍ଦର ଦେଖାଯାଉଥିଲେ । ତେବେ ଅମୀର ଖାନଙ୍କ ସମେତ ପୁରା ପରିବାର ନିର୍ବନ୍ଧ ସମାରୋହରେ ଭରପୂର ଆନନ୍ଦ ଉଠାଇଥିଲା ।

ଧଳା କୁର୍ତ୍ତା ରେ ପିତା ଅମୀର ଖାନ ମଧ୍ୟ ଏକ ଭିନ୍ନ ଶୈଳୀରେ ନଜର ଆସିଥିଲେ । ଆୟରା ଖାନଙ୍କ ପିତା ଅମିର ଖାନ, କିରଣ ରାଓ, ଆୟରାଙ୍କ ଭାଇ ଜୁନେଦ ଖାନ, ଆଜାଦ ରାଓ ଖାନଙ୍କ ସମେତ ସମଗ୍ର ପରିବାର ନିର୍ବନ୍ଧ ସମାରୋହରେ ଯୋଗଦାନ କରିଥିଲେ । ତେବେ ଅମୀର ଖାନଙ୍କ ଧଳା ଲୁକ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏଠାରେ କହି ରଖିବାକୁ ଚାହିଁବୁ ଯେ ଲକଡାଉନରେ ଆୟରା ଖାନ ଏବଂ ନୁପୁର ଶିଖରଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା । ଏହି ସମୟରେ ଦୁହେଁ ପ୍ରେମରେ ପଡିଥିଲେ । ଗତ କିଛି ବର୍ଷ ହେବ ଉଭୟେ ପରସ୍ପର ମଧ୍ୟରେ ସମୟ ବିତାଉଥିଲେ । ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଆୟରା ଖାନଙ୍କୁ ତାଙ୍କ ପ୍ରେମିକ ନୁପୁର ଶିଖର ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଆୟରା ମଧ୍ୟ ହଁ କହିଥିଲେ । ଯାହାର ଭିଡିଓ ଆୟରା ତାଙ୍କ ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରିଛନ୍ତି । ବର୍ତ୍ତମାନ ଉଭୟ ମୁମ୍ବାଇର ଏକ ହୋଟେଲରେ ନିର୍ବନ୍ଧ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହେଁ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

 

 

View this post on Instagram

 

A post shared by Ira Khan (@khan.ira)

Get real time updates directly on you device, subscribe now.