fbpx

ପଞ୍ଜାବର ୫ ରାଜ୍ୟସଭା ସିଟ୍ ପାଇଁ ନାଁ ଘୋଷଣା କଲା ଆପ୍, ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ: ପଞ୍ଜାବରେ ବଡ ବିଜୟ ପରେ ଏବେ ରାଜ୍ୟର ୫ ରାଜ୍ୟସଭା ସିଟ୍ ପାଇଁ ଆମ୍ ଆଦମୀ ପାର୍ଟି ନିଜର ପ୍ରସ୍ତୁତି ଜୋରଦାର କରିଛି। ଏହି ୫ ଆସନ ପାଇଁ କାହାକୁ ପ୍ରାର୍ଥୀ କରାଯିବ ତାର ଚୂଡାନ୍ତ ତାଲିକା ପ୍ରସ୍ତୁତ କରିଛି ଆପ୍। ଆପ୍ ପକ୍ଷରୁ ଯେଉଁ ୫ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ସେଥିରେ ଦିଲ୍ଲୀ ଆଇଆଇଟିର ପ୍ରଫେସର ସନ୍ଦୀପ ପାଠକ, କ୍ରିକେଟର ହରଭଜନ ସିଂହ ସାମିଲ୍। ଏହା ବ୍ୟତୀତ ପଞ୍ଜାବରେ ଆପର ସହ ପ୍ରଭାରୀ ରାଘବ ଚଡ୍ଡାଙ୍କୁ ମଧ୍ୟ ରାଜ୍ୟସଭା ପଠାଯିବ। ଏହି ତାଲିକାରେ ଚତୁର୍ଥ ଏବଂ ପଞ୍ଚମ ନାମ ଏମିତି ରହିଛି, ଯେଉଁମାନେ ଆମ୍ ଆଦମୀ ପାର୍ଟି ସହ କୌଣସି ସଂପର୍କ ନାହିଁ। ଏହି ଦୁଇ ବ୍ୟକ୍ତି ହେଉଛନ୍ତି ଅଶୋକ ମିତ୍ତଲ ଏବଂ ରାଜୀବ ଅରୋରା।

ଅଶୋକ ମିତ୍ତଲ ଲଭଲି ପ୍ରଫେସନାଲ ୟୁନିଭର୍ସିଟିର ସଂସ୍ଥାପକ। ଏହା ବ୍ୟତୀତ ସଞ୍ଜୀବ ଆରୋରା ବଡ ଉଦ୍ୟୋଗପତି। ଅନ୍ୟପଟେ ଡ.ସନ୍ଦୀପ ପାଠକ ଦୀର୍ଘ ସମୟରୁ ଆପ୍ ସହ ଜଡିତ ଅଛନ୍ତି ଏବଂ ଦଳ ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରନ୍ତି। ନାମ ଘୋଷଣା ହେବା ମାତ୍ରେ ନାମାଙ୍କନ ପାଇଁ ଦିଲ୍ଲୀ ପହଞ୍ଚିଥିବା ରାଘବ ଚଡ୍ଡା କହିଛନ୍ତି, ଏତେ କମ ବୟସରେ ମୋତେ ଏହି ଗୁରୁ ଦାୟିତ୍ଵ ଦିଆଯାଉଛି। ଏଥିପାଇଁ ମୁଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ପଞ୍ଜାବବାସୀଙ୍କ ପ୍ରସଙ୍ଗକୁ ଉଚ୍ଚସଦନରେ ଉଠାଇବି ଏବଂ ସେମାନଙ୍କ ହିତ ରକ୍ଷା ପାଇଁ କାମ କରିବି। ପଞ୍ଜାବରେ ମୋଟ୍ ୭ ରାଜ୍ୟସଭା ଆସନ ରହିଛି। ଏଥିରୁ ୫ ସାଂସଦଙ୍କ କାର‌୍ୟ୍ୟକାଳ ଏପ୍ରିଲ ୯ରେ ସରିବାକୁ ଯାଉଛି। ରାଜ୍ୟରେ ୧୧୭ ବିଧାନସଭା ସିଟରୁ ୯୨ଟିରେ ବିଜୟ ହାସଲ କରିଥିବା ଆପକୁ ଏବେ ଏହାର ଫାଇଦା ରାଜ୍ୟସଭାରେ ମିଳିବାକୁ ଯାଉଛି। ଏହା ପୂର୍ବରୁ ଦିଲ୍ଲୀର ୪ ରାଜ୍ୟସଭା ସିଟ୍ ଉପରେ ଆପର କବଜା ରହିଛି। ସୂଚନାଯୋଗ୍ୟ, ହରଭଜନ ସିଂହ, ରାଘବ ଚଡ୍ଡା ଏବଂ ସନ୍ଦୀପ ପାଠକଙ୍କୁ ରାଜ୍ୟସଭାର ପ୍ରାର୍ଥୀ କରାଯିବା ନେଇ ପୂର୍ବରୁ ସ୍ପଷ୍ଟ ହୋଇ ଯାଇଥିଲା।

Get real time updates directly on you device, subscribe now.