ବିଜେପିକୁ ପଛରେ ପକାଇଲା ଆପ୍‌, ନୂଆଦିଲ୍ଲୀ ଆସନରେ ୩୪୩ ଭୋଟରେ କେଜରିୱାଲ ଆଗୁଆ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଁଇ ଭୋଟ୍ ଗଣତି ଜାରି ରହିଛି । ୭୦ଟି ବିଧାନସଭା ଆସନ ପାଇଁ ମୋଟ୍ ୬୯୯ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ପରୀକ୍ଷା ।

ଭେଟ୍ ଗଣତି ପ୍ରାରମ୍ଭରୁ ବିଜେପି ଅଗୁଆ ରହିଛି । ବିଜେପି(୪୨) ଏବଂ ଆପ୍‌(୨୮) ଭୋଟ୍ ବ୍ୟବଧାନରେ ଲିଡ୍ କରଥିବା ବେଳେ କଂଗ୍ରେସ ଶୂନ ରହିଛି ।

ତୃତୀୟ ରାଉଣ୍ଡ ସୁଦ୍ଧା ନୂଆଦିଲ୍ଲୀ ଆସନରେ କେଜରିୱାଲ ୩୪୩ ଭୋଟରେ ଆଗୁଆ । ବିଜେପିର ପରଭେଶ ବର୍ମା ଏବଂ କଂଗ୍ରେସର ସନ୍ଦୀପ ଦିକ୍ଷିତ ପଛୁଆ ଅଛନ୍ତି ।

କାଲକାଜୀ ଆସନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ବିଜେପିର ରମେଶ ବିଦୁଡ଼ିଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଏହି ଆସନରେ ପଛରେ ଅଛନ୍ତି ଆତିଶୀ ।

ତୃତୀୟ ରାଉଣ୍ଡ ସୁଦ୍ଧା ରମେଶ ବିଦୁଡ଼ି ୧୦୩୯ ଭୋଟରେ ଆଗୁଆ ଅଛନ୍ତି ।