fbpx

ମୁନିସିପାଲିଟି କର୍ମଚାରୀଙ୍କ ମନୋମୁଖୀ କାର୍ଯ୍ୟ: ବଦଦାଣ୍ଡରେ ଚକାଜାମ କଲା ଆପ୍

ପୁରୀ(ଓଡ଼ିଶା ଭାସ୍କର): ମୁନିସିପାଲିଟି କର୍ମଚାରୀଙ୍କ ମନୋମୁଖୀ କାର୍ୟ୍ୟ କଳାପ ବିରୋଧରେ ତାତିଲେ ଆପ କର୍ମୀ ଓ ସାମାଜିକ କର୍ମୀ । ପୁରୀ ମାଉସୀ ମା ମନ୍ଦିର ନିକଟରେ ରାସ୍ତା ରୋକିଲା ଆପ । ଆଜି ସକାଳେ ଆମ ଆଦମୀ ପାର୍ଟିର ରାଜ୍ୟ ମୁଖ୍ୟ ତଥା ରାଜ୍ୟ ସଭା ସାଂସଦ ପୁରୀ ଆସିଥିବା ବେଳେ ,ଆମ ଆଦମୀ ପାର୍ଟିର ପତାକା ମାନ ଲାଗିଥିଲା । ମୁନିସିପାଲିଟି କର୍ମଚାରୀ ମାନେ ଆସି ପତାକା କୁ କାଢି ନେଇଥିଲେ ।ଯାହାକୁ ନେଇ ଉତ୍ତେଜନା ଶ୍ରୁଷ୍ଟି ହୋଇଥିଲା ।ଆପ ର କର୍ମକର୍ତା ମାନେ ଏନେଇ ମୁନିସିପାଲିଟି ଏନ୍ଫୋର୍ସମେଣ୍ଟର ଡ୍ରାଇଭର ସହ ସମ୍ପୃକ୍ତ ଅଧିକାରୀଙ୍କୁ ଘେରିଥିଲେ। ପାର୍ଟିର କାର୍ୟ୍ୟକ୍ରମ ଥିବା ବେଳେ ପତାକା କାଢ଼ିନେବାକୁ ନେଇ ତାତିଥିଲେ ଆପ କର୍ମକର୍ତା ଓ ସାମାଜିକ କର୍ମୀ ।

ଦୀର୍ଘ ସମୟ ଧରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଆପର କର୍ମକର୍ତା ମାନେ ମୁନିସିପାଲିଟି ବିରୋଧରେ ସ୍ଲୋଗାନ ଦେବା ସହ ମୁନିସିପାଲିଟି ଅନ୍ୟ ଦଳୀୟ ଲୋକଙ୍କ ଅଧୀନରେ କାର୍ୟ୍ୟ କରୁଛି ବୋଲି ଅଭିଯୋଗ କରିଥିଲେ । ଗାଡି ଡ୍ରାଇଭରକୁ ପତାକା କାଢ଼ିବାକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଥିଲେ । ଏଥି ସହ ଅନ୍ୟ ଦଳୀୟ ପତାକା ଗତ ୫ ଦିନ ଧରି ଲାଗିଥିବା ବେଳେ ଆପର ପତାକା କାଢ଼ିବାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲା ଆପ । ସମ୍ପୃକ୍ତ ଡ୍ରାଇଭରର ଲାଇସେନ୍ସକୁ ଡୁପ୍ଲିକେଟ ବୋଲି ମଧ୍ୟ କହିଥିଲା । ତେବେ ପୁରୀ ମୁନିସିପାଲିଟି ଏଇଭଳି ଅନେକ ସମୟରେ ବିବାଦ ରେ ରହିଆସିଛି । ତେବେ ପୌର ସଂସ୍ଥା ଯଦି ଏଇଭଳି ମନୋଭାବ ରଖେ ତେବେ ଏ ଅସନ୍ତୋଷ ଆଗକୁ ତୀବ୍ର ରୂପ ନେବ ବୋଲି ଆପ କହିଛି ।

Get real time updates directly on you device, subscribe now.