fbpx

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଦିଲ୍ଲୀରେ ଶୋଭାଯାତ୍ରା କରିବ AAP

Advertisement

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଆଉ କିଛି ଘଣ୍ଟା ବାକି ଥିବାବେଳେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସମସ୍ତ ଦେଶବାସୀଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖିବାକୁ ମିଳିଛି । ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ଆଗମନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ଦିନ ଆମ ଆଦମୀ ପାର୍ଟ ଦିଲ୍ଲୀରେ ଏକ ଶୋଭାଯାତ୍ରା କରିବା ସହ ଭଣ୍ଡାରାର ଆୟୋଜନ କରିବା ନେଇ ସୂଚନା ମିଳିଛି । ଏହି ଶୋଭାଯାତ୍ରାରେ ଦଳର ବିଶିଷ୍ଟ ନେତା ସାମିଲ ରହିବେ ।

ଅପରପକ୍ଷରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନୁଷକୋଡ଼ିର ଆରିଚାଲ ମୁନାଇ ପଏଣ୍ଟରେ ପହଂଚିଥିଲେ । ସେଠାରେ ରାମସେତୁର ନିର୍ମାଣ କରାଯାଇଥିଲା ବୋଲି ଲୋକମାନେ କୁହନ୍ତି । ଏହା ପୂର୍ବରୁ ରଂଗନାଥ ସ୍ୱାମୀ ମନ୍ଦିରକୁ ଯାଇଥିବା ପ୍ରଧାନମନ୍ତ୍ରୀଙ୍କୁ ପୁରୋହିତମାନେ ଉପହାର ଦେଇଥିଲେ ।

Get real time updates directly on you device, subscribe now.