fbpx

ଗୁଜରାଟ ଦେଖିବ କେଜ୍ରିୱାଲ ମଡେଲ: BJPର ୨୭ ବର୍ଷ ଶାସନର ଘଟିବ ପରିସମାପ୍ତି, AAP ଚଳାଇଛି ଅପରେସନ୍ ସିକ୍ରେଟ!

ନୂଆଦିଲ୍ଲୀ: ଆଗକୁ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ । ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ମଇଦାନକୁ ଓହ୍ଲାଇଥିବା ଆମ ଆଦମୀ ପାର୍ଟି (ଆପ) କିଛିଟା କମାଲ କରି ବିଜେପିକୁ ଲଲିପପ୍ ଦେଖାଇବା ଚକ୍କରରେ ରହିଛି । ଏଥିପାଇଁ ଆପ୍ ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଗୁଜରାଟକୁ ଗସ୍ତ ପରେ ଗସ୍ତ କରିବାରେ ଲାଗିଛନ୍ତି । କଳେବଳେ କୌଶଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମମାଟିରେ ତାଙ୍କୁ ପରାଜୟର ସ୍ୱାଦ ଚଖାଇବାକୁ ଆପ ଦିନ ରାତି ଏକ କରିଦେଇଛି ।

ଏହା ମଧ୍ୟରେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆପ ପକ୍ଷରୁ ପ୍ରାର୍ଥୀଙ୍କ ଚତୁର୍ଥ ଲିଷ୍ଟ ଜାରି କରାଯାଇଛି । ଜାରି କରାଯାଇଥିବା ଲିଷ୍ଟରେ ଆପ ପକ୍ଷରୁ ସମାଜର ପ୍ରତ୍ୟେକ ସ୍ତରକୁ ଫୋକସ୍ ଦିଆଯାଇଛି । ଶିକ୍ଷକଙ୍କଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିର୍ବାଚନରେ ଲଢ଼ିବା ପାଇଁ ସୁଯୋଗ ଦିଆଯାଇଛି । ପୂର୍ବରୁ ଆପ ୨୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଏବେ ମୋଟ ପ୍ରାର୍ଥୀ ସଂଖ୍ୟା ୪୧ରେ ପହଞ୍ଚି ଯାଇଛି ।

ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ । ଆପ୍ ଏହି ନିର୍ବାଚନରେ ପ୍ରଥମରୁ ହିଁ ଲିଡ୍ ଅଭିଯାନ ଚଳାଇଛି । ହିମ୍ମତନଗରରୁ ନିର୍ମଳ ସିଂହ ପରମାର, ସାନନ୍ଦରୁ କୁଲଦୀପ ବଘେଲା, ବତବାରୁ ବିପିନ ପଟେଲଙ୍କୁ ଟିକେଟ ଦିଆଯାଇଛି । ୨୦୧୭ ନିର୍ବାଚନରେ ବିଜେପି ଏଠାରୁ ୧୨ଟି ସିଟରୁ ୧୦ଟିରେ କବଜା କରିଥିବା ବେଳେ କଂଗ୍ରେସରେ ୨ଟିରେ ଜିତିଥିଲା ।

ମାତ୍ର ଚଳିତ ଥର ମଇଦାନକୁ ଓହ୍ଲାଇଛି ଆପ୍ । ଏଥିପାଇଁ ଆପ ଦିନରାତି ସଂଘର୍ଷ କରିବାରେ ଲାଗିଛି । ଦିଲ୍ଲୀ-ପଞ୍ଜାବ ପରେ ଗୁଜରାଟରେ କେଜ୍ରିୱାଲ ମଡେଲର ଦମ୍ ବଳରେ ବିଜୟ ନେଇ ଆଶାବାଦୀ ରହିଛି ଆପ୍ । ବିଜେପିର ୨୭ ବର୍ଷର ଶାସନକୁ ସମାପ୍ତ କରିବା ଲକ୍ଷ୍ୟରେ ରହିଛି ଆପ୍ । ଏହି ଅବସରରେ ଆପ୍ ଲଗାତର ଭାବେ ନୂଆ ନୂଆ ପ୍ରତିଶ୍ରୁତି ମାଧ୍ୟମରେ ଭୋଟରଙ୍କୁ ନିଜ ପକ୍ଷକୁ ଆଣିବାକୁ ପ୍ରୟାସ କରୁଛି । ନିଜେ କେଜ୍ରିୱାଲ ଅଧିକାଂଶ ସମୟରେ ଗୁଜରାଟ ଗସ୍ତ କରି ବିଜୟ ବାନା ଉଡ଼ାଇବା ନେଇ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି ।

Get real time updates directly on you device, subscribe now.