fbpx
BJD SKY
BJD SKY

ଓଡ଼ିଶା ରାଜନୀତିରେ ଏଣ୍ଟ୍ରି ମାରିବ AAP: ଆପ୍ଲାଏ ହେବ ଦିଲ୍ଲୀ-ପଞ୍ଜାବର ବିଜୟ ଫର୍ମୂଲା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ବିଧାନସଭା ନିର୍ବାଚନରେ ଓଡ଼ିଶାରେ ଦେଖିବାକୁ ମିଳିବ ହେଭି ଟକ୍କର । ଶାସକ ବିଜେଡି ଏଥିପାଇଁ ପୂର୍ବରୁ ରଣନୀତି ପ୍ରସ୍ତୁତି ଆରମ୍ଭ କରିସାରିଥିବା ବେଳେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କ୍ରମାଗତ ଷଷ୍ଠ ଥର ପାଇଁ ରାଜ୍ୟରେ କ୍ଷମତା ହାତେଇବା ଲକ୍ଷ୍ୟରେ ରଖିଛି ବିଜେଡି । ଅନ୍ୟପକ୍ଷରେ ବିରୋଧୀ ବିଜେପି ମଧ୍ୟ ଏ ରେସରେ ପଛରେ ପଡ଼ି ନାହିଁ । ବିଗତ ଦିନରେ ଏକାଧିକ କେନ୍ଦ୍ରୀୟ ନେତା ରାଜ୍ୟ ଗସ୍ତରେ ଆସିଥିବା ବେଳେ ଆଗକୁ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଜଣାପଡ଼ିଛି ।

ଗତବର୍ଷ ସମାପ୍ତ ହୋଇଥିବା ଧାମନଗର ଉପନିର୍ବାଚନରେ ଶାସକ ବିଜେଡିକୁ ଧରାଶାୟୀ କରିବା ପରେ ବିଜେପିର ମନୋବାଳ ବେଶ୍ ବୃଦ୍ଧି ପାଇଥିଲା । ଏହାମଧ୍ୟରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟକୁ ଗସ୍ତ କରି ତୃଣମୂଳ ସ୍ତରରୁ ଦଳକୁ କିପରି ମଜବୁତ କରାଯିବ ସେନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇସାରିଛନ୍ତି । ସେହିପରି କଂଗ୍ରେସ ମଧ୍ୟ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ନିଜର ସଂଘର୍ଷ ଜାରି ରଖିଛି ।

ତେବେ ଏହା ମଧ୍ୟରେ କଳିଙ୍ଗର ରାଜନୈତିକ ଯୁଦ୍ଧ ମୈଦାନକୁ ଆଉ ଏକ ନୂଆ ଦଳ ଏଣ୍ଟ୍ରି ମାରିବାକୁ ଯାଉଛି । ଦେଶର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଓ ପଞ୍ଜାବ ଦଖଲ ପରେ ଆମ ଆଦମୀ ପାର୍ଟି (ଆପ)ର ନଜର ଏବେ ଓଡ଼ିଶା ଉପରେ ରହିଛି । ନିକଟରେ ସମାପ୍ତ ହୋଇଥିବା ମେଘାଳୟ, ଗୁଜରାଟ, ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପରେ ଆପ ଏକ ଜାତୀୟ ଦଳର ସ୍ୱୀକୃତି ଲାଭ କରି ସାରିଛି । ତେଣୁ ଆଗକୁ ଆପ୍ ଓଡ଼ିଶାରେ କିପରି ସଫଳତା ହାସଲ କରିପାରିବ ସେ ପ୍ରୟାସରେ ରହିଛନ୍ତି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ । ଦଳ ଓଡ଼ିଶାରେ କିପରି ସଫଳତା ହାସଲ କରିବ, କେଉଁ ପ୍ରସଙ୍ଗୁ ନେଇ ଲୋକଙ୍କୁ ନିକଟକୁ ଯିବ, ସେନେଇ ଦିଲ୍ଲୀରେ ନିକଟରେ ଏକ ବୈଠକ ବସିଥିଲା । ଆପର ଓଡ଼ିଶାରେ ଯାତ୍ରା ଆରମ୍ଭ ନେଇ ଗତବର୍ଷ ମଧ୍ୟ କିଛିଟା ଚର୍ଚ୍ଚା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.