fbpx
BSKY SKY
BSKY SKY

ଡିସେମ୍ବର ମାସରେ ୫.୭%କୁ ହ୍ରାସ ପାଇଲା ଖୁଚୁରା ମୁଦ୍ରାସ୍ପିତି, ଖାଦ୍ୟ ସାମଗ୍ରୀ ଦରଦାମ୍‌ରେ ବଡ଼ ପରିବର୍ତ୍ତନ

BSKY

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଖୁଚୁରା ମୁଦ୍ରାସ୍ପିତି ଡିସେମ୍ବର ମାସରେ ପୁଣି ହ୍ରାସ ପାଇଛି । ଗତମାସରେ ଖୁଚୁରା ମୁଦ୍ରାସ୍ପିତି ୫.୭୨% କୁ ହ୍ରାସ ପାଇଥିଲା, ଯାହା ନଭେମ୍ବରରେ ୫.୮୮% ଥିଲା । ଏନେଇ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନଏସଓ) ପକ୍ଷରୁ ସୂଚନା ଦିଆଯାଇଛି । ଗତ କିଛି ମାସରେ ଲଗାତାର ଭାରତୀୟ ବଜାରରେ ଖୁଚୁରା ଦରଦାମ୍ ହ୍ରାସ ପାଇଥିଲେ ମଧ୍ୟ ୨୦୨୧ ଡିସେମ୍ବର ତୁଳନାରେ ଏବେ ମଧ୍ୟ ଅଧିକ ରହିଛି। ଯାହା ସେ ସମୟରେ ୫.୬୬% ଥିଲା ।

ରିପୋର୍ଟ ଅନୁସାରେ ଖାଇବା ଜିନିଷ ଗୁଡ଼ିକର ଦରଦାମ୍ ହ୍ରାସ ପାଇଛି । ଡିସେମ୍ବର ମାସରେ ଖାଦ୍ୟ ସାମଗ୍ରୀ ଗୁଡ଼ିକର ଦରଦାମ୍ ୪.୧୯%କୁ ହ୍ରାସ ପାଇଛି, ଯାହା ନଭେମ୍ବର ମାସରେ ୪.୬୭% ଥିଲା । ସେହିପରି ଅକ୍ଟୋବରରେ ଏହା ୭.୦୧% ଥିଲା । ଏହି ତଥ୍ୟକୁ ଦେଖିଲେ ଡିସେମ୍ବର ମାସରେ ଖାଇବା ଜିନିଷ ଗୁଡ଼କର ଦରଦାମ୍ ସରହଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ କ୍ଷେତ୍ରରେ ମଧ୍ୟ ହ୍ରାସ ପାଇଛି ।

ରିପୋର୍ଟ ଅନୁସାରେ ଡିସେମ୍ବର ମାସରେ ସହରି ଅଞ୍ଚଳ ସହିତ ଗ୍ରାମାଞ୍ଚଳ କ୍ଷେତ୍ରରେ ମଧ୍ୟ ଖାଦ୍ୟ ସାମଗ୍ରୀର ଦରଦାମ୍ ହ୍ରାସ ପାଇଛି। ଗ୍ରାମାଞ୍ଚଳରେ ଡିସେମ୍ବର ମାସରେ ମହଙ୍ଗା ଦର ୫.୦୫% ଥିଲା, ଯେତେବେଳେ କି ସହରାଞ୍ଚଳରେ ମହଙ୍ଗା ହାର ୨.୮୦% ରହିଛି, ଯାହା ନଭେମ୍ବର ମାସରେ ୩.୬୯% ଥିଲା ।

ଏହା ସହିତ ପନିପରିବାର ମହଙ୍ଗା ହାର ୧୫.୦୮% କୁ ହ୍ରାସ ପଇଛି । ସେହିପରି ଫଳର ମହଙ୍ଗା ହାର ୨ ପ୍ରତିଶତ ରହିଛି । ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟର ମୁଦ୍ରାସ୍ଫୀତି ହାର ୮.୫୧ ପ୍ରତିଶତ, ଅଣ୍ଡାର ମୁଦ୍ରାସ୍ଫୀତି ହାର ୬.୯୧ ପ୍ରତିଶତରେ ଏବଂ ମସଲାର ମୁଦ୍ରାସ୍ଫୀତି ହାର ୨୦.୩୫ ପ୍ରତିଶତରେ ରହିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି ।

Get real time updates directly on you device, subscribe now.