fbpx
BSKY SKY
BSKY SKY

ଅନୁଷ୍କା ଶର୍ମା ବମ୍ବେ ହାଇକୋର୍ଟରେ ଦାଖଲ କଲେ ଏହି ପିଟିସନ, ୬ଫେବୃଆରୀରେ ହେବ ଶୁଣାଣି

BSKY

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ସେଲ୍ସ ଟ୍ୟାକ୍ସ ବିଭାଗର ନୋଟିସକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ସେଲ୍ସ-ଟ୍ୟାକ୍ସ ବିଭାଗ ୨୦୧୨-୧୩ ଏବଂ ୨୦୧୩-୧୪ ମସିହାର ଦେୟ ଟ୍ୟାକ୍ସର ଭରଣ କରିବା ପାଇଁ ଏହି ଅଭିନେତ୍ରୀଙ୍କୁ ନୋଟିସ ଦେଇଥିଲେ । ମିଡ଼ିଆ ରିପୋର୍ଟ ଅନୁସାରେ ଅନୁଷ୍କା ଶର୍ମା ପୂର୍ବ ମାସରେ ନିଜର ଟ୍ୟାକ୍ସ ପରାମର୍ଶଦାତା ସାହାଯ୍ୟରେ ୨ଟି ପିଟିସନ ଦାଖଲ କରିଥିଲେ । ବମ୍ବେ ହାଇକୋର୍ଟ ସେଲ୍ସ ଟ୍ୟାକ୍ସ ଡ଼ିପାର୍ଟମେଣ୍ଟକୁ ୩ସପ୍ତାହ ମଧ୍ୟରେ ଏହି ପିଟିସନ ଉପରେ ଉତ୍ତର ଦେବାକୁ କହିଛନ୍ତି । ତେବେ ଏହି ମାମଲାର ଶୁଣାଣି ଫେବୃଆରୀ ୬ତାରିଖରେ କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛି ।

ନ୍ୟୁଜ ଏଏନଆଇ ସୂଚନା ମୁତାବକ, ବମ୍ବେ ହାଇକୋର୍ଟ ଅନୁଷ୍କା ଶର୍ମାଙ୍କ ଏହି ପିଟିସନକୁ ନେଇ ଶୁଣାଣି କରିବାକୁ ପ୍ରସ୍ତୁତ ଅଛନ୍ତି । ଅନୁଷ୍କାଙ୍କ ଏହି ପିଟିସନକୁ ନେଇ କୋର୍ଟ ଅଭିଯୁକ୍ତକାରୀଙ୍କୁ ନୋଟିସ ପଠାଇ ଦେଇଛନ୍ତି । ତେବେ ଗତ ବର୍ଷ କୋର୍ଟ କହିଥିଲା ଯେ, ଅନୁଷ୍କା ଶର୍ମା ଟ୍ୟାକ୍ସ ପରାମର୍ଶ ଦାତା ଜରିଆରେ ପିଟିସନ ଦାଖଲ କରିବା ମାମଲା କେବେ ଶୁଣି ନାହନ୍ତି କି ଦେଖିନାହାନ୍ତି । ଏହାପରେ କୋର୍ଟ ଅନୁଷ୍କାଙ୍କ ଓକିଲକୁ ପଚାରିଥିଲେ ଯେ, ଅଭିନେତ୍ରୀ ନିଜେ କାହିଁକି ପିଟିସନ ଦାଖଲ କରିପାରିବେ ନାହିଁ । ସେଥିପାଇଁ ଅନୁଷ୍କାଙ୍କ ଓକିଲଙ୍କ ଦ୍ୱାରା ଦାଖଲ କରାଯାଇଥିବା ପିଟିସନକୁ ଫେରାଇ ନିଆଯାଇଥିଲା ଏବଂ ବର୍ତ୍ତମାନ ସେ ଏକ ନୂଆ ପିଟିସନ ଦାଖଲ କରିଛନ୍ତି ।

୩୪ ବର୍ଷିୟ ଅନୁଷ୍କା ଶର୍ମା ସେଲ୍ସ ଟ୍ୟାକ୍ସ ପରାମର୍ଶଦାତାଙ୍କ ଜରିଆରେ ସେଲ୍ସ ଟ୍ୟାକ୍ସ ଡିପାର୍ଟମେଣ୍ଟର ଅଦେଶ ବିରୋଧରେ ପିଟିସନ ଦାଖଲ କରିଥିଲେ । ଯେଉଁଥିରେ ୨୦୧୨-୧୩ ଏବଂ ୨୦୧୩-୧୪ ମସିହାର ଦେୟ ରାଶି ଦେବାକୁ ଡ଼ିମାଣ୍ଡ କରାଯାଇଥିଲା । ଅନୁଷ୍କା ଶର୍ମାଙ୍କ ଯୁକ୍ତି ଅନୁସାରେ, ସେ ନିଜର ଏଜେଣ୍ଟ, ୟଶରାଜ ଫିଲ୍ମ ଏବଂ ନିର୍ମାତା ଏବଂ କାର୍ଯ୍ୟକ୍ରମ ଆୟୋଜକଙ୍କ ସହିତ ତ୍ରୀ-ପାକ୍ଷିକ ବୁଝାମଣା ପରେ ଏକ କଳାକାର ରୂପରେ ଫିଲ୍ମ ଏବଂ ପୁରଷ୍କାର ସମାରୋହରେ ପ୍ରଦର୍ଶନ କରିଛନ୍ତି ।
କହିବାକୁ ଗଲେ ତାଙ୍କୁ ଏକ ଅଭିନେତ୍ରୀ ହିସାବରେ ନୁହେଁ , ଜଣେ ପ୍ରଡକ୍ଟ ଇଣ୍ଡୋର୍ସମେଣ୍ଟ ଏବଂ ଆୱାର୍ଡ ଫଙ୍ଗସନ୍ ଆଙ୍କରିଂ ପାଇଁ ଟ୍ୟାକ୍ସ ଲଗାଯାଇଛି । ଅଭିନେତ୍ରୀ ଏହି ଆବେଦନରେ କହିଛନ୍ତି ଯେ, କର ବିଭାଗ ତାଙ୍କ ଅଭିନୟ ଅଧିକାର ହସ୍ତାନ୍ତର କରିଛନ୍ତି ବୋଲି ସ୍ୱୀକାର କରିଛନ୍ତି । ସେଲସ ଟ୍ୟାକ୍ସ ବିଭାଗ ୨୦୧୨-୧୩ ପାଇଁ ବିକ୍ରୟ ଟିକସକୁ ୧୨.୩ କୋଟି ଟଙ୍କା ଧାର୍ୟ୍ୟ କରିଛି ଯେଉଁଥିରେ ୧.୨ କୋଟି ଟଙ୍କା ସୁଧ ଥିବାବେଳେ ୨୦୧୩-୧୪ ବର୍ଷ ପାଇଁ ପ୍ରାୟ ୧୭ କୋଟି ଟଙ୍କାରେ ବିକ୍ରୟ କର ହେଉଛି ୧.୬ କୋଟି ଟଙ୍କା ।

ଅଭିନେତ୍ରୀଙ୍କ ପିଟିସନରେ ଦର୍ଶାଯାଇଛି ଯେ, ମୂଲ୍ୟାଙ୍କନ ଅଧିକାରୀ ଭୁଲ ଭାବରେ ଅନୁମାନ କରିଛନ୍ତି ଯେ, ସେ ପ୍ରଡକ୍ଟ ଏଣ୍ଡୋର୍ସମେଣ୍ଟ ଏବଂ ପୁରସ୍କାର କାର୍ଯ୍ୟରେ ଅଂଶଗ୍ରହଣ କରି କପିରାଇଟ୍ ହାସଲ କରିଛନ୍ତି । ଆବେଦନରେ କୁହାଯାଇଛି ଯେ, ଭିଡିଓର କପିରାଇଟ୍ ସର୍ବଦା ନିର୍ମାତାଙ୍କ ପାଖରେ ରହିଥାଏ, ଯିଏ ସେମାନଙ୍କର ମାଲିକ।

Get real time updates directly on you device, subscribe now.