fbpx
BSKY SKY
BSKY SKY

Video: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି, ରୋଡ୍ ସୋ ସମୟରେ ଫୁଲ ମାଳ ଧରି ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିଲେ ବ୍ୟକ୍ତି

BSKY

ନୁଆଦିଲ୍ଲୀ: କର୍ଣ୍ଣାଟକ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି । ହୁବଲିଠାରେ ରୋଡ୍ ସୋ ସମୟରେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିଯାଇଥିଲା । କିନ୍ତୁ ଅଲର୍ଟ ଥିବା ଏସ୍‌ପିଜି କମାଣ୍ଡୋ ତାଙ୍କୁ ଅଟକାଇ ଦେଇଥିଲେ । ଏହି ସମୟରେ ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ଜଣେ ବ୍ୟକ୍ତି ଭିଡ଼ ହାତରେ ଏକ ଫୁଲମାଳା ଧରି ଭୀତରୁ ପ୍ରଧାନମନ୍ତ୍ରୀଙ୍କ ଆଡ଼କୁ ଦୌଡି ଆସୁଛି ।

ତେବେ ଯୁବକ ଜଣକ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହୋଇ ନଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅଧୀନରେ ନିୟୋଜିତ ଏସପିଜି ତାଙ୍କୁ ଅଟକାଇବାରେ ସଫଳ ହୋଇଥିଲେ। ତା’ପରେ ଅନ୍ୟ ପୋଲିସ କର୍ମଚାରୀମାନେ ତାଙ୍କୁ ଦୁରକୁ ଟାଣି ନେଇଥିଲେ। ତେବେ ଏହି ସମୟ ମଧ୍ୟରେ ପିଏମ ମୋଦୀ ତାଙ୍କ ଫୁଲର ଫୁଲମାଳ ରଖିବାକୁ କହିଥିଲେ। ତା’ପରେ ସୁରକ୍ଷା ଦୃଷ୍ଟିରୁ ସୁରକ୍ଷାକର୍ମୀମାନେ ଉକ୍ତ ବ୍ୟକ୍ତିଙ୍କଠାରୁ ଫୁଲମାଳ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଇଥିଲେ।

ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ହବଲିରେ ୨୯ ତମ ଜାତୀୟ ଯୁବ ମହୋତ୍ସବର ଉଦଘାଟନ କରିବାକୁ ଯାଇଥିଲେ। ଏଠାରେ ସେମାନେ ଏକ ରୋଡ୍ ସୋ କରୁଛନ୍ତି ଯୁବ ମହୋତ୍ସବର ଉଦଘାଟନୀ ଉତ୍ସବରେ ପ୍ରାୟ ୩୦,୦୦୦ ଯୁବକ ଯୋଗଦେବେ ବୋଲି ଆଶା କରାଯାଉଛି। ପିଏମ ମୋଦୀଙ୍କ କାର‌୍ୟ୍ୟକ୍ରମକୁ ଆସିଥିବା ଯୁବକମାନଙ୍କୁ ସମ୍ବୋଧିତ କରିବେ।

Get real time updates directly on you device, subscribe now.