fbpx

ନାମାଙ୍କନ ପ୍ରତ୍ୟାହାର କଲେ AAPର ନିଖୋଜ’ ପ୍ରାର୍ଥୀ, ବିଜେପି ଅପହରଣ କରିଥିବା ଅଭିଯୋଗ କଲେ ସିସୋଦିଆ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ଆଶାୟୀ କଂଚନ ଜରିୱାଲା ସୁରଟ ଇଷ୍ଟ ପାର୍ଥୀ ପାଇଁ ବିବେଚିତ ହୋଇଥିଲେ । ହେଲେ ସେ ଆଜି ସିଧା ଆରଓ କାର୍ଯ୍ୟାଳୟ ଯାଇ ନାମାଙ୍କନ ଫେରାଇ ନେଇଛନ୍ତି । ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ଏବଂ ଆମଆଦମୀ ପାର୍ଟି ନେତା ମନିଷ ସିଶୋଦିୟା ବିଜେପି ଉପରେ କଂଚନ ଜରିୱାଲା ଅପହରଣର ଆରୋପ ଲଗାଇଛନ୍ତି । ସେ କହିଛନ୍ତି ଯେ,ବର୍ତ୍ତମାନ ୫୦୦ ପୋଲିସ କଂଚନଙ୍କୁ ଘେରିଯାଇ ଆରଓ କାର୍ଯ୍ୟଳୟ ନେଇକି ଯାଉଛନ୍ତି । ଏବଂ ସେଠାରେ ଜବରସ୍ତତ ତାଙ୍କ ନାମାଙ୍କନ ଫେରେଇ ନିଆଯାଉଛି । ବାଧ୍ୟରେ ତାଙ୍କୁ ଆରଓ କାର୍ଯ୍ୟଳୟରେ ବସେଇ ଦିଆଯାଇଛି ଏବଂ ପୁଲିସ ପ୍ରୋଟେକ୍ସନରେ ତାଙ୍କୁ କୁହାଯାଉଛି ଯେ, ସେ ତାଙ୍କ ଇଛାରେ ନାମାଙ୍କନକୁ ଫେରାଇ ନେଇଛନ୍ତି ।

ଏହା ପୂର୍ବରୁ ବିଜେପି ଉପରେ ଅରୋପ ଲଗାଇ ମନିଷ ସିଶୋଦିୟା କହିଥିଲେ ଯେ, ଏଥର ପ୍ରଥମଥର ପାଇଁ ବିଜେପି ଗୁଜୁରାଟରେ ହାରୁଛି ଏବଂ ହାରି ହାରି ବେହୋସ ହୋଇଗଲାଣି । ଏବେ ବିଜେପି ଆମଅଦମୀ ପାର୍ଟିର ଅଶାୟୀ ପାର୍ଥୀ କଂଚନ ଜରିୱାଲାଙ୍କୁ କିଡନାପ କରିନେଇଛନ୍ତି । କାଲିଠାରୁ ତାଙ୍କ ପରିବାରର ସଦସ୍ୟ ମଧ୍ୟ ନିଖୋଜ ଅଛନ୍ତି । ତେବେ କାଲି କଂଚନ ଜରିୱାଲା ତାଙ୍କ ନାମାଙ୍କନ କାଗଜର ଯାଂଚ କରିବା ନେଇ କାର୍ଯ୍ୟାଳୟ ଯାଇଥିଲେ । କାର୍ଯ୍ୟାଳୟରୁ ବାହରିବା ପରେ ବିଜେପି ଗୁଣ୍ଡା ତାଙ୍କୁ ଉଠାଇ ନେଇଥିଲେ । ସେହି ସମୟ ପରଠାରୁ କଂଚନ ଦେଖିବାକୁ ମିଳିନଥିଲେ । ଏଥିରେ ବିଜେପି, ଆପର ଆଶାୟୀପାର୍ଥୀଙ୍କୁ ନୁହେଁ ବରଂ ଏହା ଲୋକତନ୍ତ୍ରର ଅପହରଣ କରିଛନ୍ତି ବୋଲି ମନିଷ କହିଛନ୍ତି ।

ଏହି ମାମଲାରେ ଅରବିନ୍ଦ କେଜ୍ରିୱାଲ ନିଜେ ଟ୍ୱିଟ କରି ଲେଖିଛନ୍ତି, ପୂର୍ବ ସୁରତ ପାଇଁ ଆମ ଆଶାୟୀ ପାର୍ଥୀ କାଂଚନ ଜରିୱାଲା ଏବଂ ତାଙ୍କ ପରିବାର ଗତକାଲିଠାରୁ ନିଖୋଜ ଅଛନ୍ତି । ଏଥିରେ ପ୍ରଥମେ ବିଜେପି ତାଙ୍କ ନାମାଙ୍କନ ରଦ୍ଧ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କ ନାମାଙ୍କନ ସ୍ୱୀକାର କରାଯାଇଥିଲା । ପାରେ ତାଙ୍କୁ ନାମାଙ୍କନ ଫେରେଇ ନେବାକୁ ଚାପ ପକାଯାଉଛି । ଏହାର ମାନେ କଣ ତାଙ୍କୁ କିଡନାପ କରାଯାଇଛି?

Get real time updates directly on you device, subscribe now.