fbpx

ପୁଅ ଆଶାରେ ୮ ଥର କରାଇଲା ଗର୍ଭପାତ…… ଶେଷରେ ଏମିତି ପଦକ୍ଷେପ ନେଲା ସ୍ତ୍ରୀ

ମୁମ୍ବାଇ: ସ୍ୱାଧୀନତାର ୭୫ ବର୍ଷ ପରେ ରହିଛି ଅନ୍ଧବିଶ୍ୱାସ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ଯେଉଁଠାରେ ଜଣେ ପୁଅ ଆଶାରେ ସ୍ତ୍ରୀର ଆଠ ଥର ଗର୍ଭପାତ କରାଇଲା ସ୍ୱାମୀ । ଏନେଇ ମୁମ୍ବାଇ ଦାଦର ଅଞ୍ଚଳର ୪୦ ବର୍ଷୀୟ ପିଡ଼ୀତା ମହିଳା ପୋଲିସରେ ଏକ ମାମଲା ରୁଜୁ କରିଛନ୍ତି । ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ପୁଅ ଜନ୍ମପାଇଁ ଆଶାରେ ତାଙ୍କର ଆଠଥର ଗର୍ଭପାତ କରିଛନ୍ତି ।

ମହିଳା ଜଣକ ପୋଲିସକୁ ଦେଇଥିବା ବୟାନରେ ଅନେକ ଗମ୍ଭୀର ଅଭିଯୋଗ ରହିଛି । ପିଡ଼ୀତା ଅଭିଯୋଗ କରିଛନ୍ତି ବିବାହର କିଛି ସମୟ ପରେ ପୀଡିତାଙ୍କ ସ୍ୱାମୀ ପରିବାର ଏବଂ ସମ୍ପତ୍ତିର ସୁରକ୍ଷା ପାଇଁ ପୁଅ ଦରକାର ବୋଲି କହିଥିଲେ । ଏହା ସହ ତାଙ୍କୁ ମାରପିଟ ମଧ୍ୟ ଆରମ୍ଭ କରିଦେଇଥିଲେ । ବିଦେଶରେ ତାଙ୍କର ଆଠ ଥର ଗର୍ଭପାତ କରାଇଛନ୍ତି । ମହିଳାଙ୍କ ପିତା ଜଣେ ଅବସରପ୍ରାପ୍ତ ଜଜ ସେ ୨୦୦୭ ନିଜ ଝିଅର ବିବାହ ଏକ ଉଚ୍ଚ ଶିକ୍ଷିତ ଏବଂ ପ୍ରତିଷ୍ଠିତ ପରିବାରରେ କରାଇଥିଲେ । ପୀଡ଼ିତାଙ୍କ ସ୍ୱାମୀ ଏବଂ ଶାଶୁ ପେସାରେ ଓକିଲ ।

୨୦୦୯ ରେ ପୀଡ଼ିତା ପ୍ରଥମ ଥର ଗର୍ଭବତୀ ହୋଇଥିଲେ ଏବଂ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଏହାପରେ ୨୦୧୧ ପୁଣିଥରେ ଗର୍ଭବତୀ ହୋଇଥିଲେ ସେତେବେଳେ ତାଙ୍କ ସ୍ୱାମୀ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ ଏବଂ ତାଙ୍କୁ ପିଲା ଦରକାର ନାହିଁ ବୋଲି କହି ଗର୍ଭପାତ କରାଇଥିଲେ ।

ଏହାପରେ ପୀଡିତାଙ୍କ ଉପରେ ଅତ୍ୟାଚାର ବଢ଼ିବାକୁ ଲାଗିଲା । ସେମାନେ ଶିଶୁ ଜନ୍ମ କରିବାର ଚିକିତ୍ସା ଆରମ୍ଭ କରିଥିଲେ । ପୀଡ଼ିତାଙ୍କ ସ୍ୱାମୀ ଭ୍ରୁଣ ପ୍ରତିରୋପଣ କରିବା ପୂର୍ବରୁ ଆନୁବଂଶିକ ରୋଗର ନିଦାନ ପାଇଁ ତାଙ୍କୁ ବ୍ୟାଙ୍କକ ନେଇ ଯାଇଥିଲେ । ଗର୍ଭଧାରଣ ପୂର୍ବରୁ ଭ୍ରୁଣର ଯାଞ୍ଚ କରି ଏହାର ସର୍ଜରୀ କରାଯାଉଥିଲା । ଏଥିପାଇଁ ପୀଡ଼ିତାଙ୍କୁ ୧୫୦୦ ଅଧିକ ହର୍ମୋନାଲ ଏବଂ ଷ୍ଟେରଏଡ୍ ଇଞ୍ଜେକ୍ସନ ଦିଆଯାଇଛି । ଭାରତରେ ପ୍ରତିବନ୍ଧିତ ପରୀକ୍ଷଣ ଏବଂ ଉପଚାର ବିନା ସହମତିରେ ବିଦେଶରେ କରାଯାଇଥିଲା ଏବଂ ଆଠଥର ଗର୍ଭପାତ କରିବାକୁ ତାଙ୍କ ବାଧ୍ୟ କରାଯାଇଥିଲା । ପୋଲିସ ଏହି ମାମଲାର ଯାଞ୍ଚ କରୁଛି ।

Get real time updates directly on you device, subscribe now.