fbpx

ଆପଣଙ୍କ ଘରେ ବା ଆପଣଙ୍କୁ କିଏ ତନ୍ତ୍ର-ମନ୍ତ୍ର କରିଛି କି? ପ୍ରେମାନନ୍ଦ ମହାରାଜଙ୍କଠାରୁ ଜାଣନ୍ତୁ ସତ ଏବଂ ଉପାୟ

Advertisement

ଓଡ଼ିଶା ଭାସ୍କର: କିଛି ଲୋକଙ୍କଠାରୁ ଶୁଣିଥିବେ ଯେ, ଅନେକ କଷ୍ଟ ପରେ ବି ସଫଳତା ମିଳୁନାହିଁ । ଘରେ ସବୁବେଳେ ଅଶାନ୍ତି ରହୁଛି । କିଏ ବୋଧେ ଗୁଣି ବା ତନ୍ତ୍ର-ମନ୍ତ୍ର କରିଦେଇଛି । ଏହି କାରଣରୁ ଘରେ ନକରାତ୍ମକ ପ୍ରଭାବ ପଡୁଛି । ଯଦି ଆପଣଙ୍କ ମନରେ ବି ଏପରି ଭାବନା ରହୁଛି ତେବେ ବୃନ୍ଦାବନରେ ରହୁଥିବା ପ୍ରେମାନନ୍ଦ ମହାରାଜଙ୍କଠାରୁ ଜାଣନ୍ତୁ ଏହି ବିଷୟରେ..

କ’ଣ ସତରେ ତନ୍ତ୍ର-ମନ୍ତ୍ର ଅଛି?
ପ୍ରେମାନନ୍ଦ ମହାରାଜ କହିଛନ୍ତି ଯେ, ତାଙ୍କ ପାଖକୁ ଅନେକ ଲୋକେ ଆସନ୍ତି ଏବଂ କୁହନ୍ତି ତାଙ୍କ ଘରେ କିଏ ତନ୍ତ୍ର-ମନ୍ତ୍ର କରିଛି । ଏହା ଉପରେ ପ୍ରେମାନନ୍ଦ ମହାରାଜ କୁହନ୍ତି ଯେ, କିଏ କରିନାହିଁ, ଏହା ତୁମେ ସ୍ୱୟଂ ନିଜେ କରିଛ । ଏହା ବାହାର କାମ ନୁହେଁ, ଏହା ଆପଣଙ୍କ ମନରେ କାମ କରୁଛି ।

ଉପାୟ: ରାଧାରାଣୀ ଭକ୍ତ ପ୍ରେମାନନ୍ଦ ମହାରାଜ କହିଛନ୍ତି ଯେ, ଆପଣ ନିଜ ଘରେ ପ୍ରତିଦିନ ଭାଗବତ କଥାର ଏକ ପାଠ ପଢନ୍ତୁ, ଏବଂ ଅଧ ଘଣ୍ଟା କୀର୍ତ୍ତନ ସଂକୀର୍ତ୍ତନ କରନ୍ତୁ । ଏହା ପରେ ଆଳତି କରନ୍ତୁ ଏବଂ ଠାକୁରଙ୍କୁ ଦୀପ ଜଳାନ୍ତୁ । ଏହି କାମକୁ ଆପଣ ଦୁଇ ମାସ ପର୍ଯ୍ୟନ୍ତ କରନ୍ତୁ । ଏହାପରେ ଆସି କୁହନ୍ତୁ ଯେ, କେଉଁ ଚକ୍କର ଚାଲୁଛି ଏବଂ ଆପଣଙ୍କ ଭିତରେ କେଉଁ ସମସ୍ୟା ଅଛି ।

ପ୍ରେମାନନ୍ଦ ମହାରାଜ ବୃନ୍ଦାବନରେ ରାଧା ବଲ୍ଲଭ ସଂପ୍ରଦାୟ ସହ ଜଡିତ । ସେ ରାଧାରାଣୀଙ୍କ ପରମ ଭକ୍ତ । ସେ ତାଙ୍କୁ ଶ୍ରୀଜି ଏବଂ ଲାଡଲୀ ଜୀ ନାମରେ ଡାକନ୍ତି । ଏହି କାରଣରୁ ସେ ବର୍ତ୍ତମାନ ନିଜ ଭଜନ ଏବଂ ସତସଙ୍ଗ ମାଧ୍ୟମରେ ଲୋକପ୍ରିୟ ହୋଇପାରିଛନ୍ତି । ତାଙ୍କ ପାଖରେ ସାଧାରଣ ଲୋକଙ୍କଠାରୁ ନେଇ ସେଲିବ୍ରିଟୀ ପର୍ଯ୍ୟନ୍ତ ଆସନ୍ତି । ସେ ନିଜ ଜ୍ଞାନ ଏବଂ ଉପଦେଶରେ ଲୋକଙ୍କୁ ମାର୍ଗଦର୍ଶନ କରାନ୍ତି ।

Get real time updates directly on you device, subscribe now.