fbpx

୩୦୦୦ରୁ ଅଧିକ ପଦବୀରେ ଡାକ୍ତରୀ ଛାତ୍ରମାନଙ୍କ ପାଇଁ ସରକାରୀ ଚାକିରୀ; ମିଳିବ ଏତିକି ଦରମା

ନୂଆଦିଲ୍ଲୀ: ରାଷ୍ଟ୍ରିୟ ସ୍ୱାସ୍ଥ୍ୟ ମିଶନ, ମଧ୍ୟ ପ୍ରଦେଶର ଏନଏଚଏମ ଏମପି ଚୁକ୍ତିଭିତ୍ତିକ ଷ୍ଟାଫ ନର୍ସ( ପୁରୁଷ ଏବଂ ମହିଳା) ଏବଂ ଚୁକ୍ତିଭିତ୍ତିକ ମହିଳା ସ୍ୱାସ୍ଥ୍ୟ କର୍ମୀ (ଏଏନଏମ) ପଦବୀ ପାଇଁ ଆବେଦନ ବାହାର କରିଛନ୍ତି । ଆଗ୍ରହୀ ଏବଂ ଇଚ୍ଛୁକ ପ୍ରାର୍ଥୀମାନେ ଏନଏଚଏମ ଏମପିର ଅଫିସିଆଲ ୱେବସାଇଟ କୁ ଯାଇ ଅନଲାଇନରେ ଆବେଦନ କରିପାରିବବେ । ଏହି ଦୁଇ ନିଯୁକ୍ତି ମାଧ୍ୟମରେ ରାଷ୍ଟ୍ରିୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ତିନି ହଜାରରୁ ଅଧିକ (ସମୁଦାୟ ୩,୪୮୪) ଖାଲି ପଦବୀ ପୂରଣ ହେବ ।

ଏନଏଚଏମ ଏମପି ଷ୍ଟାଫ୍ ନର୍ସ ନିଯୁକ୍ତି ଅଭିଯାନ ମାଧ୍ୟମରେ ସମୁଦାୟ ୨,୨୮୪ ପଦବୀ ବାହାରିଛି ଯେଉଁଥିରୁ ୨,୦୫୬ ପଦ ମହିଳା ପ୍ରାର୍ଥୀଙ୍କ ପାଇଁ ଏବଂ ୨୨୮ ପୁରୁଷ ପ୍ରାର୍ଥୀଙ୍କ ପାଇଁ ରହିଛି । ସେହିପରି ଏଏନଏମ ପଦବୀ ଗୁଡିକର ମୋଟ ୧୨୦୦ ପଦବୀ ପୂରଣ ହେବ ।

ଚୁକ୍ତିଭିତ୍ତିକ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଖାଲି ଥିବା ପଦବୀ:
ଅଣସଂରକ୍ଷିତ (୨୭ ପ୍ରତିଶତ)- ୩୨୪ ପଦ
ଆର୍ଥିକ ପଦବୀରେ ଦୁର୍ବଳ ଥିବା ବର୍ଗ ( ୧୦ ପ୍ରତିଶତ)- ୧୨୦ ପଦ
ଅନସୂଚିତ ଜନଜାତି (୨୦ ପ୍ରତିଶତ)- ୨୪୦ ପଦ
ଅନସୂଚିତ ଜାତି ( ୧୬ ପ୍ରତିଶତ)- ୧୯୨ ପଦ
ଅନ୍ୟ ପଛୁଆ ବର୍ଗ (୨୭ ପ୍ରତିଶତ)- ୩୨୪ ପଦ
ମୋଟ ଖାଲିଥିବା ପଦବୀ ସଂଖ୍ୟା- ୧୨୦୦ ପଦ

 

ଏନଏଚଏମ ଏମପି ଚୁକ୍ତିଭିତ୍ତିକ ଷ୍ଟାଫ ନର୍ସ ପାଇଁ ଖାଲି ଥିବା ପଦବୀ:
ଅଣସଂରକ୍ଷିତ (୨୭ ପ୍ରତିଶତ)- ୨୮୮ ପଦ
ଆର୍ଥିକ ପଦବୀରେ ଦୁର୍ବଳ ଥିବା ବର୍ଗ (୧୦ ପ୍ରତିଶତ)- ୨୨୭ ପଦ
ଅନସୂଚିତ ଜନଜାତି (୨୦ ପ୍ରତିଶତ)- ୪୫୭ ପଦ
ଅନସୂଚିତ ଜାତି (୧୬ ପ୍ରତିଶତ)- ୩୬୫ ପଦ
ଅନ୍ୟ ପଛୁଆ ବର୍ଗ (୨୭ ପ୍ରତିଶତ)- ୬୧୬ ପଦ
ମୋଟ ଖାଲିଥିବା ପଦବୀ ସଂଖ୍ୟା- ୨୨୮୪ ପଦ

ଶିକ୍ଷାଗତ ଯୋଗ୍ୟତା-
ଏଏନଏମ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଜୀବ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ପଦାର୍ଥ ବିଜ୍ଞାନ ସହିତ ହାୟର ସେକେଣ୍ଡାରୀ ବା ଦ୍ୱାଦଶ ପାସ ହୋଇଥିବା ଆବଶ୍ୟକ । ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ନର୍ସିଂ ମିଡଲୱାଇଫ ଟ୍ରେନିଂ ସେଣ୍ଟରରୁ ଆସିଷ୍ଟାଣ୍ଟ ନର୍ସିଂ ମିଡୱାଇଫର ଦୁଇ ବର୍ଷ ତାଲିମ ପାଠ୍ୟକ୍ରମ ପାସ କରିଥିବା ଆବଶ୍ୟକ । ଏହା ବ୍ୟତୀତ ଏମପି ନର୍ସେସ ରେଜିଷ୍ଟ୍ରେସନ କାଉନସିଲିଂର ଏକ ବୈଧ ପଞ୍ଜିକରଣ ହେବା ଜରୁରୀ ।

ଷ୍ଟାଫ ନର୍ସ:
ଆବେଦନକାରୀମାନେ ନିଶ୍ଚିତ ଭାବେ ଦଶମଏବଂ ଦ୍ୱାଦଶରେ ( ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ) ପାସ କରି ବି.ଏସ.ସି ନର୍ସିଂ ଶେଷ କରିଥିବା ଆବଶ୍ୟକ । ପ୍ରାର୍ଥୀମାନେ ମଧ୍ୟପ୍ରଦେଶର ନର୍ସ ପଞ୍ଜିକରଣ ପରିଷଦରେ ପଞ୍ଜିକୃତ ହେବା ଆବଶ୍ୟକ ।

ବୟସ ସୀମା
ଜାନୁୟାରୀ୧, ୨୦୨୩ ସୁଦ୍ଧା, ଯୋଗ୍ୟ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ୪୩ ବର୍ଷ ହେବା ଉଚିତ । ତେବେ ସଂରକ୍ଷିତ ବର୍ଗର ମହିଳାମାନଙ୍କୁ ସର୍ବାଧିକ ବୟସ ସୀମାରେ କୋହଳ କରାଯିବ ।

ଏମପି ଏଏନଏମ ଏବଂ ଷ୍ଟାଫ ନର୍ସ ନିଯୁକ୍ତିର ଜରୁରୀ ତାରିଖ
ଷ୍ଟାଫ ନର୍ସ ଆବେଦନ ପ୍ରକ୍ରିୟା ୨୫ ନଭେମ୍ବର ରୁ ଆରମ୍ଭ ହୋଇଛି । ଯାହା ୨୨ ଡିସେମ୍ବର ପର୍ଯ୍ୟନ୍ତ ଆବେଦନ କରି ପାରିବେ । ଅନ୍ୟପଟେ ଏଏନଏମ ଭର୍ତ୍ତି ପ୍ରକ୍ରିୟା ୧୧ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଚାଲୁ ରହିବ ।

ମଧ୍ୟ ପ୍ରଦେଶର ଆସିଷ୍ଟାଣ୍ଟ ନର୍ସିଂ ମିଡୱାଇଫ ପଦରେ ବଛା ଯାଇଥିବା ଆବେଦନକାରୀଙ୍କ ୧୨୦୦୦ ଟଙ୍କା ମାସିକ ଦରମା ରହିଥିବା ବେଳେ ଷ୍ଟାଫ ନର୍ସ ପଦରେ ଚାକିରୀ ପାଇଥିବା ଆବେଦନକାରୀଙ୍କ ମାସିକ ଦରମା ୨୦,୦୦୦ ଟଙ୍କା ମିଳିବ ବୋଲି ସୂଚନା ରହିଛି ।

https://www.sams.co.in/uploaddocs/176099372-1668141578.pdf

http://www.nhmmp.gov.in/WebContent/Vacancy/20221117170408598_staff%20nurse%20ADV%208077%20date%2017-11-2022.pdf

Get real time updates directly on you device, subscribe now.