fbpx

ଇଲେକ୍ସନ ଡ୍ୟୁଟିରେ ଯାଉଥିବାବେଳେ ଦୁର୍ଘଟଣା: ୩ ସୁରକ୍ଷାକର୍ମୀ ଶହୀଦ

ନବରଙ୍ଗପୁର: ପାପଡ଼ାହାଣ୍ଡି ସୋରିଷପଦର ଗାଁ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ । ଇଲେକ୍ସନ ଡ୍ୟୁଟିରେ ଯାଉଥିବା ସୁରକ୍ଷାକର୍ମୀଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ । କୋଷାଗୁମୁଡ଼ା ବ୍ଲକକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୧୦ରୁ ଅଧିକ ସୁରକ୍ଷାକର୍ମୀ ଆହତ ହୋଇଥିବା ବେଳେ ୩ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ଅଗ୍ନିଶମ ବାହିନୀ, ପୋଲିସ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଆହତଙ୍କୁ ଉଦ୍ଧାର । ଆହତଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଚିକିତ୍ସାଳୟରେ ଆହତଙ୍କୁ ଭେଟିଛନ୍ତି ଜିଲ୍ଲାପାଳ ଏବଂ ଏସପି ।

Get real time updates directly on you device, subscribe now.