fbpx

ବୁରକଟା ଛକରେ ଓଲଟିଲା ପିକଅପ, ୭ ଆହତ, ୨ଗୁରୁତର

ବୌଦ୍ଧ: ସକାଳୁ ସକାଳୁ ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ବୌଦ୍ଧ ଜିଲ୍ଲାର ବୁରକଟା ଛକରେ ଏହି ଦୁର୍ଘଟଣା ଘଟିଛି। ସୂଚନାନୁଯାୟୀ, ବୁରକଟା ଛକରେ ପିକଅପ୍‌ଟି ଦ୍ରୁତଗତିରେ ଆସି ଗଛରେ ପିଟିହୋଇଥିଲା। ତେବେ ଏହି ଦୁର୍ଘଟଣାରେ ପିକଅପରେ ଥିବା ୨ଜଣ ଗୁରୁତର ହୋଇଥିବା ବେଳେ ୭ଜଣ ଲୋକେ ଆହତ ହୋଇଛନ୍ତି। ଏହି ସମସ୍ତ ୯ ଆହତଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ପିକଅପଟି ଦିଗପହଣ୍ଡିରୁ ସୋନପୁର ଆସୁଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଦୁର୍ଘଟଣାର ଶିକାର ହୋଇଛି।

Get real time updates directly on you device, subscribe now.