ମାଆକୁ ଏକା କରି ସବୁଦିନ ପାଇଁ ଚାଲିଗଲେ ବାପା-ଝିଅ, ଯୋଡ଼ାରେ ବଡ଼ ଦୁର୍ଘଟଣା

ଦୁର୍ଘଟଣାରେ ବାପା, ୨ ବର୍ଷର ଶିଶୁ ମୃତ

ଯୋଡ଼ା: ଏକ ବଡ଼ ଦୁର୍ଘଟଣା ଖବର କେନ୍ଦୁଝରରୁ ସାମ୍ନାକୁ ଆସିଛି। ଏଠାରେ ଏକ ଟ୍ରକ ଧକ୍କାରେ ଦୁଇବର୍ଷର ଝିଅ ଏବଂ ବାପାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଗୁରୁତର ମାଆ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନାନୁଯାୟୀ, ବାଇକରେ ଏହି ୩ଜଣ ଯାଉଥିବା ବେଳେ ହଠାତ୍ ଟ୍ରକ୍ ଏମାନଙ୍କୁ ଧକ୍ଲା ଦେଇଥିଲା। ଘଟଣାସ୍ଥଳରେ ବାପା ଓ ଝିଅର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ମାଆଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣାଟି ଯୋଡ଼ା ତୋପାଡିହି ନିକଟରେ ଘଟିଛି। ସେହିପରି ବ୍ରହ୍ମପୁରରେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କନେଷ୍ଟବଳଙ୍କ ଜୀବନ ଚାଲିଯାଇଛି। ଦୁର୍ଘଟଣା ପରେ କନେଷ୍ଟବଳଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣାରେ କନେଷ୍ଟବଳଙ୍କ ବନ୍ଧୁଙ୍କର ବି ମୃତ୍ୟୁ ଘଟିଛି।