fbpx

ମାଲକାନଗିରିରେ ଭୟଙ୍କର ଦୁର୍ଘଟଣା ; ଜଣେ ମୃତ, ୪ ଗୁରୁତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ମୋଟୁ ଥାନା ଅନ୍ତର୍ଗତ ଏମ ଭି ୮୮ ଗ୍ରାମ ନିକଟରେ ଆଜି ଅପରାହ୍ନ ସମୟରେ ହୋଇଥିବା ଏକ ସଡକ ଦୁର୍ଘଟଣାରେ ଜଣକର ମତ୍ୟୁ ଘଟିଛି । ଏହା ସହିତ ୪ ଜଣ ଗୁରୁତର ଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣକର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନଥିବା ବେଳେ ଆହତ ଚାରି ଜଣ ବ୍ୟକ୍ତିକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଏମ ଭି ୭୯ ମେଡିକାଲ କୁ ପଠାଯାଇଥିବା ଜଣା ପଡ଼ିଛି। ସୂଚନା ପାଇ ମୋଟୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଭଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ହୋଇଥିବା ତିନି ଚକିଆ ଯାନଟିକୁ ଜବତ କରିଥିବା ସହ ମୃତ ବ୍ୟକ୍ତିର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ତିନି ଚକିଆ ଅଟଟି କୋଈକୁଣ୍ଡ ଗ୍ରାମ ଠାରୁ ଓଡ଼ିଶାର ଶେଷ ସୀମାବର୍ତୀ ଅଂଚଳ ମୋଟୁ ଆଡକୁ ଯାଉଥିଲା । ଯାନଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିବା ଫଳରେ ଦୁର୍ଘଟଣା ଘଟିଥିବା। ପ୍ରାଥମିକ ତଦନ୍ତ ରୁ ଜଣାପଡିଛି।

Get real time updates directly on you device, subscribe now.