fbpx
BJD SKY
BJD SKY

ଫୁଟପାଥରେ ଚାଲୁଥିବା ୫ ଜଣ ମହିଳାଙ୍କ ଉପରେ ମାଡ଼ିଗଲା କାର୍: ସାମ୍ନାକୁ ଆସିଲା ଦୁର୍ଘଟଣାର Video

BJD

ନୂଆଦିଲ୍ଲୀ: କର୍ଣ୍ଣାଟକରୁ ଏକ ଦୁର୍ଘଟଣାର ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣଙ୍କର ଲୋମ ମଧ୍ୟ ଟାଙ୍କୁରି ଯିବ । କର୍ଣ୍ଣାଟକର ମାଙ୍ଗାଲୁରୁରେ ଏକ ଦ୍ରୁତ ଗତିରେ ଆସୁଥିବା କାର ରାସ୍ତାରେ ଯାଉଥିବା ମହିଳାଙ୍କୁ ଧକ୍କା ଦେଇଥିଲା, ଯେଉଁଥିପାଇଁ ସେମାନେ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପୁରା ଘଟଣା ସ୍ପଷ୍ଟ ଦେଖିବାକୁ ମିଳିଛି ।

ତେବେ ଏହି ଘଟଣା ୧୮ ଅକ୍ଟୋବରରେ ଘଟିଥିଲା । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, କିଛି ମହିଳା ଫୁଟପାଥରେ ଚାଲୁଥିଲେ । ତା’ପରେ ଏକ ଅନିୟନ୍ତ୍ରିତ ଦ୍ରୁତ ଗତିରେ ଆସୁଥିବା କାର ସେମାନଙ୍କୁ ଜୋରରେ ଧକ୍କା ଦେଇଥିଲା । କାର ଡ୍ରାଇଭର କେବଳ ଫୁଟପାଥରେ ଚାଲୁଥିବା ଚାରିଜଣ ମହିଳାଙ୍କୁ ଧକ୍କା ଦେଇନାହାଁନ୍ତି, ବରଂ ଆଗକୁ ବଢ଼ିବାବେଳେ ସେ ଅନ୍ୟ ଜଣେ ମହିଳାଙ୍କୁ ଘୋଷଡ଼ା ରାସ୍ତାକୁ ଟାଣି ନେଇଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ଏକାଥରେ ୫ ମହିଳାଙ୍କୁ ଧକ୍କା କରିବା ପରେ ମଧ୍ୟ ଡ୍ରାଇଭର କାରକୁ ଅଟକାଇ ନଥିଲେ । ସେ କାରକୁ ରାସ୍ତାକୁ ନେଇ ଆଗକୁ ଚାଲିଯାଇଥିଲେ । ପାଖରେ ଥିବା ଲୋକମାନେ ଦୁର୍ଘଟଣାର ଖବର ପାଇବା ମାତ୍ରେ ସେମାନେ ମହିଳାମାନଙ୍କୁ ସାହାଯ୍ୟ କରିବାକୁ ଦୌଡ଼ିଆସିଥିଲେ । ଏହି ଧକ୍କାରେ ଆହତ ହୋଇଥିବା ଜଣେ ଯୁବତୀ ତା’ର ଦୁଇ ସାଙ୍ଗଙ୍କୁ ପୁଣି ଥରେ ହୋସକୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ ।

ଜଣେ ମହିଳା ପ୍ରାଣ ହରାଇଛନ୍ତି :-
ଫ୍ରି ପ୍ରେସ ଜର୍ଣ୍ଣାଲର ରିପୋର୍ଟ ଅନୁଯାୟୀ, ୫ ଜଣ ମହିଳା ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ୨୩ ବର୍ଷ ବୟସ୍କା ରୁପାଶ୍ରୀ ବୋଲି ଜଣାପଡିଛି । ରୂପାଶ୍ରୀ ସୁରଥକାଲ ଅଞ୍ଚଳର ବାସିନ୍ଦା ଥିଲେ । ଏହି ଘଟଣାରେ ଆହତ ଅବଶିଷ୍ଟ ୪ଜଣ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି । କାର ଡ୍ରାଇଭର ଜଣକ ୫୭ ବର୍ଷିୟ କମଲେଶ ବଳଦେବ ବୋଲି ଜଣା ପଡିଛି । କମଲେଶଙ୍କର ଏକ ରିଏଲ୍ ଇଷ୍ଟେଟ୍ ବ୍ୟବସାୟ ଅଛି । ତାଙ୍କ ଉପରେ ବେପରୁଆ ଭାବେ କାର ଚଳାଇଥିବା ଅଭିଯୋଗ ହୋଇଛି ।

କୁହାଯାଉଛି ଯେ ଏହି ଘଟଣା ପରେ କମଲେଶ ତାଙ୍କ କାରକୁ ଏକ ଶୋ’ରୁମ ନିକଟରେ ପାର୍କିଂ କରି ପଳାଇ ଯାଇଥିଲେ । କିଛି ସମୟ ପରେ ସେ ତାଙ୍କ ପିତାଙ୍କ ସହ ପୋଲିସ ଷ୍ଟେସନରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ । ଏହି ମାମଲାରେ କମଲେଶଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ପୋଲିସ କମଲେଶଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.