fbpx

ବିଶେଷଜ୍ଞଙ୍କ ମତରେ- ହୃଦରୋଗ ପାଇଁ ମନ୍ଥର ଗତିରେ ଚାଲିବା ବହୁତ ଭଲ

Advertisement

ଫିଟ୍ ଏବଂ ସୁସ୍ଥ ରହିବା ପାଇଁ ଚାଲିବା ହେଉଛି ସର୍ବୋତ୍ତମ ବ୍ୟାୟାମ। ଅନେକ ଲୋକ ସକାଳୁ ଦୌଡିବାକୁ ବାହାରକୁ ଯାଆନ୍ତି। କିଛି ଲୋକ ଦ୍ରୁତ ଗତିରେ ଦୌଡ଼ନ୍ତି ଏବଂ କିଛି ଧୀରେଧୀରେ ଦୌଡନ୍ତି। ତେବେ ଦୁଇଟି ମଧ୍ୟରୁ କେଉଁଟି ଭଲ? ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଧୀରେ ଚାଲିବା ବହୁତ ଲାଭଦାୟକ। ଧୀରେଧୀରେ ଚାଲିବା ଉଭୟ ହୃଦୟ ଏବଂ ଏହାର ସ୍ୱାସ୍ଥ୍ୟରେ ଉନ୍ନତି ଆଣେ।

ଏହା ମୋଟାପଣରୁ ମୁକ୍ତି ଦେଇଥାଏ ।

କାହିଁକି ଧୀରେ ଚାଲିବା ହୋଇଥାଏ ଲାଭଦାୟକ?

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମନ୍ଥର ଗତିରେ ଚାଲିବା କେବଳ ଶାରୀରିକ ନୁହେଁ ମାନସିକ ସ୍ତରରେ ମଧ୍ୟ ଲାଭଦାୟକ ଅଟେ। ଧୀରେ ଚାଲିବା ଦ୍ୱାରା ସହଜରେ କ୍ୟାଲୋରୀ କମିଥାଏ। ଏଥିରେ କୌଣସି ଆଘାତ ହେବାର ଆଶଙ୍କା ମଧ୍ୟ ନଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ଅଧିକ ସମୟ ପାଇଁ ଧୀରେ ଚାଲିପାରିବେ। ଏହାଦ୍ୱାରା ଆପଣ ଅଧିକ ଦୂରତା ଅତିକ୍ରମ କରିପାରିବେ।

ହୃଦୟ ସ୍ୱାସ୍ଥ୍ୟ ପାଇଁ ଧୀର ଚାଲିବା ବହୁତ ଭଲ –

ବିଶେଷଜ୍ଞଙ୍କ ଅନୁଯାୟୀ, ହୃଦ୍ରୋଗ ପାଇଁ ମନ୍ଥର ଗତିରେ ଚାଲିବା ବହୁତ ଭଲ। ନିୟମିତ ଭାବରେ ଧୀରେଧୀରେ ଚାଲିବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା କମିଥାଏ । ଏହା ହୃଦୟ ସ୍ୱାସ୍ଥ୍ୟକୁ ଉନ୍ନତ କରାଇଥାଏ ।

ଧୀର ଚାଲିବାର ଲାଭ –

– ଧୀର ଚାଲିବା ଦ୍ୱାରା ଉଚ୍ଚ କୋଲେଷ୍ଟ୍ରଲ ଏବଂ ମଧୁମେହ ହେବାର ଆଶଙ୍କା କମିଥାଏ।

– ଧୀରେ ଚାଲିବା ଦ୍ୱାରା ରକ୍ତଚାପର ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ ରଖିଥାଏ ।

– ଧୀର ଚାଲିବା ଦ୍ୱାରା ଚାପ ଏବଂ ଚିନ୍ତାର ସମସ୍ୟା ମଧ୍ୟ ଭଲ ହୋଇଥାଏ।

– ମନ୍ଥର ଗତିରେ ଚାଲିବା ଦ୍ୱାରା ଗଣ୍ଠି ଏବଂ ମାଂସପେଶୀ ଉପରେ କମ୍ ଚାପ ପଡିଥାଏ, ଯାହା ଆଘାତର ଆଶଙ୍କା ମଧ୍ୟ ହ୍ରାସ କରିଥାଏ ।

– ଧୀର ଚାଲିବା ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ଭଲ। ଯଦି କୌଣସି ଗୁରୁତର ଅସୁସ୍ଥତା ଅଛି,ତେବେ ଚାଲିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଆଯିବା ଉଚିତ୍।

Get real time updates directly on you device, subscribe now.